କେସିଙ୍ଗା : ( ପ୍ରୀତେଶ ପଟେଲ)ଗତ କିଛି ଦିନ ତଳେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରି କାଟନି ଚଟନି ବନ୍ଦ କରିବା ପାଇଁ ଆମେ ଧାନ ମଣ୍ଡି ପରିଦର୍ଶନ କରୁଛୁ ବୋଲି ମତ ଦେଇଥିଲେ ।ଧାନ ମଣ୍ଡି ରେ ଅବ୍ୟବସ୍ଥା ଓ କଟନୀ ଛଟନୀ କୁ ବିରୋଧ କରି ଆଜି ୧୨ ଘଣ୍ଟିଆ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବନ୍ଦ ଘୋଷଣା କରିଛନ୍ତି ସଦର ବିଧାୟକ ସାଗର ଚରଣ ଦାସ। ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ୍ ହୋଇଥିବା ବେଳେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ସାଗର ଦାସ।

ମଣ୍ଡିରେ ଖୁଲମଖୁଲା ଚାଷୀଙ୍କ ୭କେଜି ଧାନ କଟଣି ,ଚଟଣୀ ,ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ। ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ। ମନ୍ତ୍ରୀ ଙ୍କ କଥାରେ କୌଣସି ସତ୍ୟତା ନଥିବା ଭଳି ଅଭିଯୋଗ କରିଛି କଂଗ୍ରେସ ।ତେଣୁ ମଣ୍ଡି ବ୍ୟବସ୍ଥା ସଠିକ୍ କରିବା ସହ ତୁରନ୍ତ ଚାଷୀଙ୍କୁ ସବୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ଯଦି ସମସ୍ୟାର ସମାଧାନ ନହୁଏ, ତାହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ କର୍ମୀ ।

ଅନ୍ୟ ପଟେ କେସିଙ୍ଗା ବିଜେପି ନଗର ସଭାପତି ଜାତୀୟ ଶୋକ ଘୋଷଣା ସମୟ ରେ ଏହି ବନ୍ଦ ଡାକରା କୁ ନିନ୍ଦା କରିବା ସହିତ ସ୍ଥାନୀୟ ବିଧାୟକ ରାଜନୈତିକ ଫାଇଦା ପାଇଁ ଏହି ବନ୍ଦ ଡାକରା ଦେଇଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ଆଜିର ଏହି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବନ୍ଦ କେତେଦୂର ସଫଳ ହେବ ଓ କାହିଁ କେତେ ବର୍ଷ ରୁ ଚାଲିଆସୁଥିବା ଏହି କଟଣୀ ଛାତ୍ନି ବ୍ୟବସ୍ଥା ଉପରେ ଆଜିର ଏହି ବନ୍ଦ ର କେତେ ଦୂର ପ୍ରଭାବ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।