ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁର ପରିଚୟ ଦେଇ ଠକୁଥିବା ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁର ପରିଚୟ ଦେଇ ଠକୁଥିବା ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ମଧ୍ୟରୁ ହଂସିତା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଭୁବନେଶ୍ବର ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଥିବାର ସୂଚନା ରହିଛି। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସରର ଚାଲିଛି ଖୋଳତାଡ଼। ଏଣେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବି ଚଢ଼ାଉ କରିବାକୁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୁଲିସ ଠକ ଯୋଡ଼ିଙ୍କ କଳା ସାମ୍ରାଜ୍ୟର ଗୁମର ଫିଟାଇବାକୁ ପଦକ୍ଷେପ ନେଉଛି।ଉଭୟଙ୍କୁ ପୁଲିସ ଗିରଫ କରିଥିଲା। ହଂସିତା ବିବାହିତା ହୋଇଥିଲେ ହେଁ ସ୍ବାମୀଙ୍କଠାରୁ ଦୂରରେ ରହୁଥିଲେ। ସେହିଭଳି ଅନୀଲ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ଅଲଗା ରହୁଥିଲେ। ରାଜଧାନୀର ପଟିଆ ରଘୁନାଥନଗର ଅଞ୍ଚଳର ଏକ ଦାମୀ ଆପାର୍ଟମେଣ୍ଟରେ ସୁଦୃଶ୍ୟ ଫ୍ଲାଟ୍ରେ ଏମାନେ ଦମ୍ପତି ପରିଚୟରେ ରହୁଥିଲେ। ଦାମୀ ଗାଡ଼ି, ଦାମୀ ଫ୍ଲାଟ୍ ଓ ଦାମୀ ଚଳଣିରେ ପ୍ରଚୁର ଅର୍ଥ ଉଡ଼ାଉଥିଲେ। ପୂର୍ବରୁ ଅନୀଲ୍ ୟୁନିଟ୍-୮ ଅଞ୍ଚଳରେ ଏକ ଗାଙ୍ଗୁରାମ ସୁଇଟ୍ସ ଦୋକାନ କରିଥିଲେ। କିନ୍ତୁ ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରଠୁ ସେ କୋଟିପତି ପାଲଟିଗଲେ। ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ସିଏସ୍ଆର୍ ପାଣ୍ଠି ଯୋଗାଇବା ପାଇଁ ଏହି ଠକ ଯୋଡ଼ି ୨୦ ପ୍ରତିଶତରୁ ଅଧିକ କମିସନ ଦାବି କରୁଥିଲେ। ସେଥିରେ ପୁଣି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମ୍ପର୍କୀୟ ଝିଅ-ଜୋଇଁ ପରିଚୟ ଦେବା ଥିଲା ବଡ଼ ପ୍ରସଙ୍ଗ। ଏହି ସମ୍ପର୍କ ନକଲି ବୋଲି ପୁଲିସ ଜାଣିବାକୁ ପାଇଛି।

 

Aei Odisha

Related Posts

ପୁରୀ ମୋର୍ଣିଂ ୱର୍ରିଅର୍ସ କ୍ଲବ ତରଫରୁ ମହମବତୀ ଶୋଭାଯାତ୍ରା

ପୁରୀ : (ମନୋଜ କୁମାର ବଳିଆରସିଂ ) କାଶ୍ମୀରରେ ହିନ୍ଦୁ ମାନଙ୍କୁ ବର୍ବରତାର ସହିତ ହତ୍ୟା କରାଯାଇଥିବାରୁ ପୁରୀ ମୋର୍ଣିଂ ୱର୍ରିଅର୍ସ କ୍ଲବ ତରଫରୁ ମହମବତୀ ଶୋଭାଯାତ୍ରା।ମୋର୍ଣିଂ ୱାରୀୟର୍ସ ସଭାପତି ବିକ୍ରମ ରାୟ, ସମ୍ପାଦକ ସୁନିଲ କୁମାର ପ୍ରଧାନ ଙ୍କ ନେତୃତ୍ୱରେ…

ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ପ୍ରତିବାଦ ଓ ଶ୍ରଦ୍ଧlଞ୍ଜଳି ଶୋଭାଯାତ୍ରା

ପୁରୀ : ୨୫.୪(ମନୋଜ କୁମାର ବଳିଆରସିଂ )ଶୁକ୍ରବାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ଗତ ତା୨୨.୪.୨୫ରିଖ ରେ ଜାମ୍ମୁ କାଶ୍ମୀର ର ପହଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ନିରୀହ ପର୍ଯ୍ୟଟକ ଙ୍କୁ ଯେଉଁ ଭଳି ଭାବରେ…