କେସିଙ୍ଗା; (ପ୍ରୀତେଶ ପଟେଲ) ଦେଶର ଦିଲ୍ଲୀ ର ଇଣ୍ଡିଆ ଗେଟ ରେ 76th ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଦେଶର ସବୁଠୁ ବଡ଼ ସଂସ୍କୃତି ସମ୍ମିଶ୍ରଣ ନୃତ୍ୟ ରେ ୫ ହଜାର କଳାକାର ମଧ୍ୟରେ କଳାହାଣ୍ଡି କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ୬୦ କଳାକାର ଡାଲ ଖାଇ ନୃତ୍ୟ ରେ ସାମିଲ ହୋଇଥିଲେ।ଏମାନେ ଏଥିପାଇଁ ଗିନିଷ ବୁକ ଅଫ ରେକର୍ଡ ରେ ଅନ୍ତର୍ଭୂକ୍ତ ହୋଇଛନ୍ତି।ଅନ୍ୟପଟେ ଆଜି ଏମାନେ କେସିଙ୍ଗା ରେଳ ଷ୍ଟେସନ ରେ ଆଜି ପହଂଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା।

ତାଙ୍କୁ ବାଜା ଗାଜା ଓ ପୁଷ୍ପ ଗୁଚ୍ଛ ରେ ସ୍ୱାଗତ କରା ଯାଇଥିବାବେଳେ ତାଙ୍କ ସ୍ୱାଗତ ପାଇଁ ଏନ ଏ ସି ଅଧ୍ୟକ୍ଷ ନୃପ ରାଜ୍ ଯାଦବ,ପୂର୍ବତନ ନଗରପାଳ ରାମ କୁମାର ଜୈନ,ସମାଜସେବୀ ପ୍ରମୋଦ ଦାଶ, ରମେଶ ପଟ୍ଟନାୟକ, ନଳୀନ ପଟ୍ଟନାୟକ, ପ୍ରସନ୍ନ ମହାନ୍ତି,ବି ଏସ ଏ ସଭାପତି ସୁଶାନ୍ତ ମହାପାତ୍ର, ସମ୍ପାଦକ ଅକ୍ଷୟ କୁମାର ଦାସ,କୋଷାଦକ୍ଷ ବିକ୍ରମ ବାରିକ ,ଅଜୟ ଜେନା ,ସୁରେଶ ମହାନନ୍ଦ, ସଂଗ୍ରାମ ବାରିକ,କୁଞ୍ଜ ସାହୁ,ଘନ ଗହୀର ଓ ବି ଏସ ଏ ବହୁ ସଭ୍ୟ ସଭ୍ୟା ସ୍ୱାଗତ କରିଥିଲେ।

ପ୍ରଥମ କରି ଏହି ପେରେଡ଼ ରେ ଦେଶ ର ବିଭିନ୍ନ ରାଜ୍ୟର ୪୫ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା। ଦେଶରେ ହେଉଥିବା ଏହି ଏତେ ଫିଉଜନ ନୃତ୍ୟ ସମାବେଶ ରେ ବିଭିନ୍ନ ନୃତ୍ୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଡାଲ ଖାଇ ନୃତ୍ୟ ବି ସ୍ଥାନ ପାଇଥିଲା। ଏତେବଡ଼ ଫିଉଜନ ନୃତ୍ୟ କୁ ଗିନିଷ ବୁକ ଅଫ ରେକର୍ଡ ରେ ସ୍ଥାନ ଦେବା ପାଇଁ ପ୍ରତିଯୋଗିତା ଦିଲ୍ଲୀ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଏମାନେ ରେକର୍ଡ କରି ସାର୍ଟିଫିକେଟ ହାସଲ କରିଥିଲେ।ଦେଶରେ ଏତେବଡ଼ ବିଭିନ୍ନ ନୃତ୍ୟ ର ମିଶ୍ରଣ ରେ ଭାରତୀୟ ସଂସ୍କୃତି ସମ୍ପୂର୍ଣ୍ଣ ଝଲସିଥିଲା।ଏହି କଳାକାର ମାନେ ଗତ ୧ମାସ ହେଲା ଦିଲ୍ଲୀ ରେ ଯାଇ ନୃତ୍ୟ ଅଭ୍ୟାସ କରୁଥିଲେ।