ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲାରେ ପ୍ରାକୃତିକ ସଂପଦ ଭରି ରହିଛି। (ମଧ୍ୟରୁ ରନ୍ ପଥର ଥର ଅନ୍ୟତମ । ଜିଲ୍ଲାର ବଘିଆପଡ଼ା ପଞ୍ଚାଗତ ଖୁଣ୍ଟିଆପଡ଼ା ଗାଁରେ ରନ୍ ପଥର ମିଳୁଥିବା ନେଇ ସୂଚନା ମିଳିଛି ମିଳିଛି। ଏହା ଜଣାପଡ଼ିବା ପରେ ସେଠାକୁ ଲୋକଙ୍କ ନଙ୍କ ସୁଅ ଛୁଟିବାରେ ଲାଗିଛି। ସୂଚନାମତେ, ବୌଦ୍ଧ ବ୍ଳକ ଖୁଣ୍ଟିଆପଡ଼ା ଗାଁର ଏକ ବିଲରୁ ରନ୍ ପଥର ବାହାରୁଥିବା ଜଣାପଡ଼ିଛି । ଯହାକି ଏବେ। ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଏକ ଅଖ୍ୟାତ ଗାଁ ରନ୍ ପଥର ଯୋଗୁଁ ଲୋକଲୋଚନକୁ ଆସି ଆସିଛି। ଗ୍ରାମର ଏକ ବିଲରୁ ରନ୍ ପଥର ମିଳିବା ଖବର ପ୍ରଚାରିତ ହେବାମାତ୍ରେ ପିଲାଠୁ ବୁଢ଼ା ଶହଶହ ଲୋକ ରନ୍ ପଥର ପାଇବା ଆଶାରେ ସେଠାରେ ମାଟି ଅଣ୍ଡାଳିବାରେ ଲାଗିପଡ଼ିଛନ୍ତି।

ଏପରିକି ଅନେକ ଲୋକ ରନ୍ ପଥର ପାଇ କିଲୋ ପିଛା ୨୫ଶହରୁ ୩ହଜାର ଟଙ୍କା ମଧ୍ୟରେ ବିକ୍ରି କରିଥିବା ଜଣାପଡ଼ିଛି। ଖୁଣ୍ଟିଆପଡ଼ାରୁ ରୁ ଯୋଗୀ ଭୋଗରା ରା ସ୍ତା କାମ ଚାଲିଛି। ସେଠାରେ ହାଇୱା ଯେ।ଗେ ମାଟି ପକାଇବା ସମୟରେ ସ୍ଥାନୀୟ ଲୋକେ ସେଠାରେ ରନ୍ ପଥର ପଡ଼ିଥିବା ଦେଖୁବାକୁ ପାଇଥୁ ଥିଲେ । ଏହାପରେ ସେଠାରେ ପିଲାଠୁ ବୁଢା ବୁଢ ରନ୍ ପଥର ଥର ଖୋଳିବାରେ ଲାଗିପଡ଼ିଛନ୍ତି। ବାହାରୁ ମାଫିଆମାନେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଡେରା ପକାଇ ଲୋକଙ୍କଠାରୁ ପଥର କିଣୁଥିବା ଚର୍ଚ୍ଚା ହେଉଛି। ହେଲେ ଏପର୍ଯ୍ୟନ୍ତ ସେଠାରେ ପ୍ରଶାସନ ପହଞ୍ଚି ନଥୁବା ଜଣାପଡ଼ିଛି। ତେବେ, ପ୍ରଶାସନ ସେଠାରେ ପହଞ୍ଚି ଘଟଣାର ତଦନ୍ତ ପୂର୍ବକ ସେଠାରୁ କି ପ୍ରକାର ରନ୍ ମିଳୁଛି ତାହାର ପରୀକ୍ଷା କରିବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ଜିଲ୍ଲାରେ ରନ୍ ପଥର ମିଳିବା ଏହା ପ୍ରଥମ ଘଟଣା
ନୁହେଁ ।

ଏହା ପୂର୍ବରୁ ମଧ୍ୟ ମହାନଦୀରେ ଅନେକ ରନ୍ ପଥର ମିଳିଛି । ଜିଲ୍ଲାରୁ କୋଟିକୋଟି ଟଙ୍କାର ରନ୍ ପଥର ଦେଶବିଦେଶକୁ ଚାଲାଣ ହୋଇଛି । ମହାନଦୀ ଶଯ୍ୟାରୁ ବାହାରୁ ଥିବା ପ୍ରାକୃତିକ ରନ୍ ପଥର ଅତ୍ୟନ୍ତ ଉଚ୍ଚମାନର ଓ ଏହାର ମଧ୍ୟ ଆନ୍ତର୍ଜାତିକ ବଜାରରେ ବେଶ ଅଧିକ ବୋଲି ଜଣାପଡିଛି । ଗୋଲାପୀ, ନୀଳ, ସଫେଦ ଆକାଶୀ ରଙ୍ଗର ଅତ୍ୟନ୍ତ ସ୍ୱଚ୍ଛ ଓ ତେଜଯୁକ୍ତ ହୀରା ପଥର ଆନ୍ତର୍ଜାତିକ ବଜାରରେ ବେଶ ନାମ କରିଛି । ଏହା ବ୍ୟତୀତ ପାନ୍ନା,ନୀଲମ, ମାଣିକ, ପୋଖରାଜ, ଲହସୁନିଆ, ଜରକନ, ଏମରାଲ୍ଡ, ଟରକ୍ଵିଜ , ଟୋପାଳ, ସାଫାୟାର, କ୍ଵାର୍ଜ , ହେଲିଟ୍ରପ, ମୁନଷ୍ଟୋନ, ଗୋମେଦ ଭଳି ରନ୍ ପଥର ମିଳିଥାଏ । ଯଦି ଏହି ଅଞ୍ଚଳରେ ବାସ୍ତବରେ ରନ୍ ପଥର ମିଳୁଛି ତା’ହେଲେ ପ୍ରଶାସନ ପକ୍ଷରୁ ଅଞ୍ଚଳକୁ ସର୍ଭେ କରା‌ଯିବାର ଆବଶ୍ୟକ‌ତା ରହିଛି।