ଧର୍ମଗଡ଼ ତା ୩୧/୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ଭିମଖୋଜ ପଡା ଦେଶୀ ମଦ ଭାଟି ରୁ ଗତ କାଲି ବିଳମ୍ବ ରାତ୍ରି ରେ ଡକାୟତି ହୋଇଛି। ଡକାୟତି ମାନେ ଭାଟି କର୍ମଚାରୀ ଙ୍କୁ ପିସ୍ତୁଳ,ଵନ୍ଦୁକ ଓ ଛୁରୀ ଦେଖାଇ ୫ ଲକ୍ଷ ଟଙ୍କା ରୁ ଅଧିକ ଡକାୟତି କରିଥିବା ନେଇ ପୁଲିସ ଥାନା ରେ ଅଭିଯୋଗ ହେଇଛି। ଖବର ପାଇ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକାରୀ ଅଭିଳାଷ ଜୀ ଓ ଧର୍ମଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଦାନି କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି।
ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ତେବେ ତାଙ୍କ ପରିଚୟ ପ୍ରକାଶ ପାଇନାହିଁ। ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ଘ ୧୧ ,୩୦ ରୁ ପ୍ରାୟ ୧୨ ଟା ମଧ୍ୟରେ ଅନୁମାନ ୧୦ ଜଣ ଲୋକ ଭାଟି ରେ ୨୫ ଜଣ କର୍ମଚାରୀ ଥିବାବେଳେ ଅଧିକାଂଶ କର୍ମଚାରୀ କାମ ସାରି ଶୋଇବା କୁ ଯାଇଥିଲେ ଏଵଂ କିଛି କର୍ମଚାରୀ ହିସାବ କିତାଵ କରୁଥିଲେ। ଏହି ସମୟରେ ସଶସ୍ତ୍ର ଡକାୟତି ଦଳ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ରାଶିରେ ବାନ୍ଧି ଦେଇ ଟଙ୍କା ଲୁଟ ସାରି ଡକାୟତି ଯିବାପରେ ଭାଟି କର୍ମଚାରୀ ମାନେ ପୁଲିସ କୁ ସୂଚନା ଦେଇଥିଲେ ।