![](https://www.aeiodisha.com/wp-content/uploads/2025/02/WhatsApp-Video-2025-02-03-at-17.42.11-frame-at-0m1s.jpg)
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ରାସ୍ତା ପାଇଁ ରାସ୍ତାରୋକ I ମରଣଯନ୍ତା ରାସ୍ତା ପାଇଁ ଆଜି ବିନିକା ବନ୍ଦ I ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ I ବର୍ଷବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ପାପକ୍ଷୟ ଛକରୁ ଡଭଲା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଥିବାରୁ ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ସକାଳ 6 ଘଣ୍ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ବିନିକାକୁ ବନ୍ଦ ଡାକରା ଦିଆଯାଇଛି I
ତେବେ ମରଣଯନ୍ତା ରାସ୍ତାପାଇଁ ନିତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସହିତ ଖାଲଢିପ ଓ ଧୂଳିମୟ ରାସ୍ତାରେ ଯାତାୟାତ କରି ଲୋକେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଯେଉଁଥିପାଇ ଆଜି ବିନିକାକୁ 8 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିନିକା ସଚେତନ ନାଗରିକ ମଞ୍ଚ I ତେବେ ଏଇ ବନ୍ଦ ପାଳନରେ କେବଳ ଜରୁରୀ ସେବାକୁ ବାଦଦେଇ ସହରର ସମସ୍ତ ଦୋକାନ ବଜାର,ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ବେସରକାରୀ ଅନୁଷ୍ଠାନ, ଗାଡି ଚଳାଚଳ ଆଦି ସମ୍ପୂର୍ଣ ଭାବେ ବନ୍ଦ କରାଯାଇଛି I