ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ସମିତି ସଭାଗୃହ ଠାରେ ଅଷ୍ଟମ ସାଧାରଣ ବୈଠକ ଅଧକ୍ଷା ସ୍ନେହ ଲତା ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସାଧାରଣ ସଭାରେ ମାନ୍ୟବର ସରୋଜ କୁମାର ପ୍ରଧାନ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ,ଓଡିଶା ସରକାର, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷା ବୌଦ୍ଧ ପ୍ରଭାସିନୀ ଦାସ, 7ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ହରଭଙ୍ଗା ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସାଂସଦ ପ୍ରତିନିଧି ରବି ନାରାୟଣ ପ୍ରଧାନ ଉପସ୍ଥିତ ରହିଥିଲେ l ଉକ୍ତ ବୈଠକ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ର ସମସ୍ତ ପଂଚାୟତ ର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ପଶୁ ସମ୍ପଦ,ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ, ଜଙ୍ଗଲ ବିଭାଗ,ମତ୍ସ, ଯୋଗାଣ,ଆଇନ ଶୃଙ୍ଖଳା, ସାମାଜିକ ସୁରକ୍ଷା ଉପରେ ଗୋଟିଏ ପରେ ଗୋଟିଏ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l

ଶିକ୍ଷା କ୍ଷେତ୍ରରେ କରଞ୍ଜକଟା ର ଠାରେ ନୂତନ ସ୍କୁଲ ଗୃହ ନିର୍ମାଣ ଅନିୟମିତତା ନେଇ ସରପଞ୍ଚ କ୍ଷଭୋ ପ୍ରକାଶ କରିବା ସହିତ ଆଗାମୀ ସାତ ଦିନ ଭିତରେ ଭିତ୍ତିପ୍ରସ୍ତର ସ୍ଥାପନ କରାଇବା ପାଇଁ ଜିଦ ଧରିଥିଲେ l ଘଟଣା କୁ ନେଇ ମୁଖ୍ୟ ସଚେତକ ଶିକ୍ଷା ବିଭାଗ ର ଅଧିକାରି ଙ୍କୁ ଘଟଣାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଖୁବ ଶୀଘ୍ର ସ୍କୁଲ ଗୃହ ନିର୍ମାଣ କରିବା ପାଇଁ ନିର୍ଦେଶ ଦେଇଥିଲେ l ତତ ସହିତ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ମିଶ୍ର ବିଗତ ସମିତି ବୈଠକ ରେ ପୁରୁଣାକଟକ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ନାମରେ ଆସିଥିବା ଅଭିଯୋଗ କୁ ଉତଥାପନ କରିବାରୁ ବିଧାୟକ ଉପସ୍ଥିତ ବିଭାଗୀୟ ଅଧିକାରୀ ଶ୍ରୀମତୀ ପଣ୍ଡା ଙ୍କୁ ଉକ୍ତ ଡାକ୍ତର ଙ୍କୁ କାଯ୍ୟରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଥିଲେ l

ଅନ୍ୟ ପଟେ ବିଭିନ୍ନ ସ୍କୁଲ, ଛାତ୍ରବାସ ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବେଳେ ସଠିକ କାର୍ଯ୍ୟକାରୀ ହେଉନ ଥିବା ଓ ବ୍ଲକ କୁ ଟିଭି ଜନିତ ରୋଗୀ ମୁକ୍ତ ବ୍ଲକ ନିର୍ମାଣ ନେଇ ଡା. ଶ୍ରୀବନ୍ତ ସ୍ୱାଇଁ ଉତଥାପନ କରିଥିଲେ l ଗାଁ କଲ୍ୟାଣ ସମିତିର ଅର୍ଥ ରାଶି ସଠିକ ସଦୁପଯୋଗ ନ ହେଉଥିବା, ବ୍ଲକ ରେ ଶୀତଲ ଭଣ୍ଡାର ନିର୍ମାଣ ପାଇଁ ପ୍ରସଙ୍ଗ ଉତଥାପନ, ହରଭଙ୍ଗା ବ୍ଲକ ରେ ରାଜ୍ୟ ସରକାର ଙ୍କ ବର୍ଦ୍ଧିତ ଭତ୍ତା 682ଜଣ ଙ୍କୁ ଦିଆ ଯାଉଥିବା ଓ ଭତ୍ତା ପାଇଁ 1671ଜଣ ହିତାଧିକାରୀ ଅପେକ୍ଷା ତାଲିକା ରେ ଥିବା ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଥିଲେ l

ସମସ୍ତ ଆଲୋଚନା ଓ ସମୀକ୍ଷା ପରେ ମୁଖ୍ୟ ସଚେତକ ମାନ୍ୟବର ବିଧାୟକ ଶିକ୍ଷା ସ୍ୱାସ୍ଥ୍ୟ, ଗମନା ଗମନ ଓ କୃଷି ଓ କୃଷକ ଉପରେ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ୟା ର ସମାଧାନ ଖୁବ ଶୀଘ୍ର କରିବା ପାଇଁ ନିର୍ଦେଶ ଦେବା ସହ ଡବଲ ଇଂଜିନ ସରକାର ପୂର୍ବ ସରକାର ର 24ବର୍ଷ ଶାସନ ଭିତରେ ଯାହା ବୌଦ୍ଧ ଜିଲ୍ଲା ର ଅଗ୍ରଗତି କରିବାରେ ଅକ୍ଷମ ଥିଲେ 5ବର୍ଷ ଭିତରେ ସ୍ୱତନ୍ତ୍ର ବିକାଶ ହେବ ଓ ବ୍ଲକ ରେ ସାମୁହିକ ଉନ୍ନତି କ୍ଷେତ୍ର ରେ ସହାୟତା ରାଶି ଯଥେଷ୍ଟ ରହିଛି ବିଭାଗୀୟ ତାହାକୁ ସଦୁପଯୋଗ କରିବାକୁ ନିର୍ଦ୍ଧେଶ ଦେଇଥିଲେ l ଏହି ଅଷ୍ଟମ ବୈଠକ ରେ ବ୍ଲକ ର 22ଗୋଟି ପଂଚାୟତ ର ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l