ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରତନପୁର ପ୍ରାଥମିକ ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ହୋଇଥିବା କାର୍ଯ୍ୟବାବଦ କୁ ବକେୟା ଅର୍ଥ ମିଳିପାରି ନଥିବାରୁ ପୂର୍ବରୁ ବିଡ଼ିଓ ଠୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କୌଣସି ଫଳ ପ୍ରଦ ନହେବାରୁ ସୋମବାର ଦିନ ବାଧ୍ୟ୍ୟ ହୋଇ ଅଭିଯୋଗ କାରି ମାନେ ବକେୟା ଅର୍ଥ ପ୍ରାପ୍ୟ ବାବଦ କୁ ପୁରୁଣା କଟକ ପଞ୍ଚାୟତ ରେ ତାଲା ପକାଇ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି l

ଏପରିକି ସମସ୍ୟା ର ସମାଧାନ ନହେଲା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପଞ୍ଚାୟତ ର ତାଲା ପଡିବ ବୋଲି ଆନ୍ଦୋଳନ କାରି ମାନେ ଚେତାବନୀ ଦେଇଛନ୍ତି l ଧାରଣା ରେ ଅଜିତ ବାରିକ, ଦିଲୀପ ପ୍ରଧାନ,ନକୂଳ ନାଏକ,ବିମଳ ବାରିକ,ପ୍ରଭାତ ପ୍ରଧାନ ଧାରଣା ରେ ବସିଛନ୍ତି l