ବୌଦ୍ଧ(ଚିତ୍ତରଞ୍ଜନ ସିଂହ).ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣାକଟକ ଏଚ ପି ଗ୍ୟାସ ଦୋକାନ ସାମ୍ନା ରୁ ଟ୍ରାକଟର ଚୋରି, ଚୋରି ନେଇ ପୁରୁଣାକଟକ ଥାନାରେ ଅଭିଯୋଗ l ଅଭିଯୋଗ କୁ ଭିତ୍ତି କରି ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଂଚି ଚୋରି ଟ୍ରାକଟର ର ତଦନ୍ତ ଚଳାଇଛି l ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାଇ ପୁରୁଣାକଟକ ଗ୍ରାମର ମିଲନ କୁମାର ଦାସ ଗତ କାଲି ନିଜ OD-27A0034 (OD-27A0035 ଟ୍ରଲି ନଂ ) ଥିବା ଟ୍ରାକଟର କୁ ଜାତୀୟ ରାଜପଥ 57 କଡରେ ଥିବା ପୁରୁଣାକଟକ ଏଚ ପି ଗ୍ୟାସ ଦୋକାନ ସାମ୍ନା ରେ ରଖିଥିଲେ
l ଆଜି ସକାଳୁ ରଖିଥିବା ଜାଗାରେ ଟ୍ରାକଟର ନ ଥିବାରୁ ଅନ୍ୟତ୍ର ଖୋଜା ଖୋଜି କରି ପାଇନ ଥିଲେ l ଫଳରେ ଟ୍ରାକଟର ଚୋରି ହୋଇଥିବା ନେଇ ପୁରୁଣାକଟକ ଥାନାରେ ଆଜି ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତି କରି ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ଓ ଏକ ଟିମ ଚୋରି ସ୍ଥାନରେ ପହଂଚି ସି ସି ଟିଭି ଯାଞ୍ଜ ଓ ପ୍ରାଥମିକ ତଦନ୍ତ ଜାରି ରଖିଛି l