![](https://www.aeiodisha.com/wp-content/uploads/2025/02/WhatsApp-Image-2025-02-06-at-21.43.17.jpeg)
ଧର୍ମଗଡ ତା ୬/୨(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଟିପିଗୁଡା ଏବଂ ଡୁମେରଗୁଡା କୁ ସଂଯୋଗୀକରଣ କରୁଥିବା ଏକ ବିଶାଳ ନାଳ ଉପରେ ଏକ ସୁଉଚ୍ଚ ପୋଲ ସହ ୨କିମି ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଷୀ । ସରକାର ଙ୍କ ତରଫରୁ ଏଥିପାଇଁ ୨କୋଟି୭୪ଲକ୍ଷ ଟଙ୍କା ମଂଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଛି ।
ସୁଉଚ୍ଚ ପୋଲ ଦୁଇପାଖରେ ଏହା ସହିତ ୨କିମି ପିଚୁରାସ୍ତା ମଧ୍ୟ ନିର୍ମାଣ କରାଯିବ । ଏହି କାର୍ଯ୍ୟ ସରିଲେ ଆଖପାଖର ସମସ୍ତ ପଂଚାୟତ ର ୪୦ଖଣ୍ଡ ଗ୍ରାମବାସୀ ଉପକୄତ ହେବେ । ଏହି କାର୍ଯ୍ୟକ୍ରମ ରେ ଗ୍ରମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କପିଳେଶ୍ବର ସିଂ,ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ଦୋରା,କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳ ସମେତ ହିମାଂଶୁ ପଣ୍ଡା, ଅପ୍ରେସ ସ୍ବାଇଁ, ଚତୁର୍ଭୁଜ ତାଣ୍ଡି, ସ୍ଥାନୀୟ ପଞ୍ଚାୟତ ମାନଙ୍କ ସରପଞ୍ଚ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।