ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଦ୍ୱିତୀୟ ସେବା ମହୋତ୍ସବ ପାଇଁ ଆସୋସିଏସନ ଆବାହକ ବିଭୁଦତ୍ତ ବୋଷ ଙ୍କ ଅଧକ୍ଷତା ରେ ଆନୁଷ୍ଠାନିକ ଭାବେ ଶୁକ୍ରବାର ଦିନ ତିଳେଶ୍ୱର ବୁରୁବୁଡ଼ା ଶିବ ମନ୍ଦିର ନିକଟସ୍ତ ପଡିଆ ରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାର ଙ୍କ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଙ୍କ କରକମଳ ରେ ଶୁଭଖମ୍ବ ସ୍ଥାପନ ହୋଇଥିବା ବେଳେ ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l

ସଭାରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ କର୍ମକର୍ତା ଙ୍କ ଏଭଳି ସେବା ମୂଳକ କାର୍ଯ୍ୟକ୍ରମ ଓ ଉକ୍ତ ମହୋତ୍ସବ ଆଗାମୀ ଦିନ ରେ ସମାଜ ପାଇଁ ନୂତନ ଦିଗ ଦର୍ଶନ ପ୍ରେରଣା ଉତ୍ସ ସାଜିବ ତେଣୁ ଏହି ମହତ କାର୍ଯ୍ୟ କୁ ଭୁ ପ୍ରଶଂସା କରିଥିଲେ l ଏପରିକି ମାନବ ସେବା ହିଁ ମାଧବ ସେବା ବୋଲି ବିଧାୟକ ସରୋଜ ନିଜର ମତ ପ୍ରକାଶ କରିଥିଲେ l ସେହିପରି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ହରଭଙ୍ଗା ବିଡ଼ିଓ ଶରତ ସେଠି, ପୁରୁଣା କଟକ ଥାନା ଅଧିକାରୀ ସାରଦା ପ୍ରସନ ଦାସ, ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ପ୍ରଧାନ ଯୋଗ ଦେଇ ନିଜର ମତ ରଖିବା ସହ ସେବା ହିଁ ପରମ ଧର୍ମ ବୋଲି କହିଥିଲେ l ସାଧାରଣ ସଭାକୁ ସାମ୍ବାଦିକ ସିମୁନ ନାଏକ ପରିଚାଳନା କରିଥିଲେ l ଶେଷରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସମ୍ପାଦକ ଭାଗବତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

କାର୍ଯ୍ୟକ୍ରମ କୁ ସାମ୍ବାଦିକ ଧିରେନ ପ୍ରଧାନ,ସାସ୍ୱତ୍ ଦାସ, ଅକ୍ଷୟ ମହାକୁଡ଼, ବାସୁଦେବ ସାହୁ, କୁମୁଦ ଚନ୍ଦ୍ର ସାହୁ, ପ୍ରଭାତ ନାଏକ, ବିଜୟ ନାଏକ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂହ, ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ବନମାଳୀ ପ୍ରଧାନ,ସଦା ନନ୍ଦ ନାଏକ ଙ୍କ ସମେତ ମନ୍ଦିର କମିଟି ସମ୍ପାଦକ ଲବ କିଶୋର ପ୍ରଧାନ, ସଦସ୍ୟ ଶୁଭର୍ଜିତ ପ୍ରଧାନ, ନାରାୟଣ ମହାନ୍ତି, କିନୁ ବେହେରା, ବୈକୁଣ୍ଠ ମହାକୁଡ଼ ଙ୍କ ସମେତ ଆସୋସିଏସନ ସମସ୍ତ ସଦସ୍ୟ, ମନ୍ଦିର ପରିଚାଳନା କମିଟି ସହଯୋଗ କରିଥିବା ବେଳେ ଉକ୍ତ ସେବା ମହୋତ୍ସବ ଟି ଚଳିତ ମାସ 20 ତାରିଖ ରୁ ସ୍ୱାସ୍ଥ୍ୟ ମେଳା, ରକ୍ତ ଦାନ, ଚକ୍ଷୁ ଶିବିର, ଗୋ ସେବା, ସ୍ୱାସ୍ଥ୍ୟ ମେଳା, ବୃକ୍ଷ ରୋପଣ, ଅନ୍ନ ଦାନ, ବସ୍ତ୍ର ଦାନ, ସାଧୁ ସନ୍ଥ ସେବା ଭଳି ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ନେଇ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି l