ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କରଞ୍ଜକଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାକର ଜେଠୀ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଣୀଭୂଷଣପୁର କ୍ଲଷ୍ଟର ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଚାରିଛକ ଏମ.ଇ ସ୍କୁଲ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ସମ୍ମାନିତ ଅତିଥି ଭାବରେ କ୍ଲଷ୍ଟର ସିଆରସିସି ହରମୋହନ ଦାନାୟକ, ଲୋକପଡା ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ସୁଶୀଲ ଭୋଇ, କରଞ୍ଜକଟା ହାଇସ୍କୁଲ ପ୍ରଧାନଶିକ୍ଷକ ରଞ୍ଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଯେଉଁ ସ୍ନେହଶ୍ରଦ୍ଧା ରହିଥିଲା ତାହା ଅବର୍ଣ୍ଣନୀୟ ବୋଲି ମତବ୍ୟକ୍ତ କରିଥିଲେ l
କ୍ଲଷ୍ଟରର ସମସ୍ତ ଶିକ୍ଷକ,ଶୁଭେଛୁ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ସୁଧାକର ଜେଠୀଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l

ଶ୍ରୀ ଜେଠୀ ନିଜର ଦୀର୍ଘଦିନର ଶିକ୍ଷକତାର ଅଭିଜ୍ଞତା କୁ ପରିପ୍ରକାଶ କରିଥିଲେ l ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ବୃନ୍ଦାବନ ସାହୁ, ସତ୍ୟଭାମା ସାହୁ, ରମ୍ୟାରେଖା ବେହେରା, ଲିଙ୍ଗରାଜ କହଁର ଏବଂ ସରିତା ବିଶୋଇ ପ୍ରମୁଖ ନିଜର ସହକର୍ମୀ ଅଭିଜ୍ଞତା ରୁ ସ୍ମୃତିଚାରଣ କରିଥିଲେ l