ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ସୋମବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି l

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା ର ଶୁଭାରମ୍ଭ କରିଥିବା ବେଳେ ବୌଦ୍ଧ ଠାରେ ଉପ ଜ଼ିଲ୍ଲାପାଳ, ବୌଦ୍ଧ ପ୍ରବୀଣ କୁମାର ବlଣୁଆ, ଅତିରିକ୍ତ ପି ଡି, ଜ଼ିଲ୍ଲା ପରିଷଦ ଚାର୍ଲସ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ସହ ଶିକ୍ଷା ବିଭାଗର ଅଧିକାରୀ, ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅଭିଭାବକ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ |

ଦଶମ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀ ମାନେ ଚାପ ମୁକ୍ତ ହୋଇ ମନଯୋଗ ସହ ପାଠ ପଢି ପରୀକ୍ଷା ଦେବାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ର ଅନୁପାଳନ ପାଇଁ ସମସ୍ତ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ l