
ଢେଙ୍କାନାଳ, ୨୦/୨: କାଙ୍କଡପାଳ ଅଷ୍ଟପ୍ରହରୀ ନାମଯଜ୍ଞର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଶେଷ ଦିନରେ ନଗରକୀର୍ତନ ଉପଲକ୍ଷେ କଟକ ଜିଲ୍ଲାର ବାଣେଶ୍ଵର ପଦାମାଳ ର ଗାୟକ ଗଙ୍ଗାଦେବୀ ଏବଂ କଟକ ନରସିଂହପୁର ବଡିଆର ଗାୟିକା ଅଞ୍ଜନା ଦେବୀଙ୍କ ଦ୍ୱାରା ବୈଠକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଦୁଇଦଳର କୀର୍ତନ ଓ ଭଜନ ଶୁଣି ଲୋକମାନେ ମନମୁଗ୍ଧ ହୋଇଥିଲେ ।
କାର୍ଯ୍ୟକ୍ରମରେ ଅଷ୍ଟପ୍ରହରୀ କମିଟିର କର୍ମକର୍ତା ସହଯୋଗ କରିଥିଲେ । କମିଟିର ଉଦ୍ୟୋକ୍ତା କୈଳାସ ଚନ୍ଦ୍ର ସାହୁ, ଗ୍ରାମ ସଭାପତି ଶ୍ରୀ ଚନ୍ଦନ ମହାନ୍ତି, ସରପଞ୍ଚ ସୁବାଷ ଚନ୍ଦ୍ର ନାୟକ, ସଂପାଦକ ପୁରୁଷୋତମ ଦାସ, ବିଚିତ୍ରାନନ୍ଦ ଦାସ, ପ୍ରମୋଦ କୁମାର ପଣ୍ଡା, ଗିରିଶ ଦାସ, ଦୁର୍ଯ୍ୟୋଧନ ସାହୁ, ପାଣ୍ଡବ ସାହୁଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଶୃଙ୍ଖଳାର ସହିତ ସମାପନ କରିଥିଲେ ।