ବୌଦ୍ଧ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଗୋପ, ମଥୁରା ବୃନ୍ଦାବନ ଓ କେଳାକଟା ଖେଳ ପଦିଆ ଓ ମାହେଶ୍ୱରୀ ଗୋଶାଳା ଠାରେ ଆସନ୍ତା ମାର୍ଚ୍ଚ ତା 08 ଠାରୁ 16ରିଖ ପର୍ଯ୍ୟନ୍ତ ନଅ ଦିନ ବ୍ୟାପି ନାମ ଯଜ୍ଞ, ଅନ୍ନ ଯଜ୍ଞ, ଗୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଜପ ଯଜ୍ଞ ଶ୍ରୀକୃଷ୍ଣ ଲୀଳା ସହିତ ମାହେଶ୍ୱରୀ ଗୋଶାଳା ଶୁଭ ଉଦଘାଟନ ଓ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି l

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମ୍ୟ କମିଟି ମାନଙ୍କୁ ନେଇ ଜୋରଜାର ପ୍ରସ୍ତୁତି ଚାଲିଛି l ଏହି ଅବସରରେ କୃଷ୍ଣମୋହନପୁର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି lଏଥିରେ ମାହେଶ୍ୱରୀ ଗୋଶାଳା ଓ ଦୋଳ ମହୋତ୍ସବ କମିଟି ସମ୍ପାଦକ କୃତ୍ତିବାସ ପଲିଆ, ଅଧକ୍ଷ ନିର୍ଗୁଣ ମହାକୁଡ଼, କାର୍ଯ୍ୟକାରୀ ସଦସ୍ୟ ଜ୍ୟୋତିରଞ୍ଜନ ପ୍ରଧାନ ଓ ରାଜ୍ୟ ସ୍ତରୀୟ ପ୍ରଥମ ଦୋଳ ମହୋତ୍ସବ ,କାର୍ଯ୍ୟକ୍ରମ ସଂଯୋଜକ ଭାବେଡା ନିରାକାର ବେହେରା, ପ୍ରତିଷ୍ଠାତା, ବୈଦ୍ୟଶାଳା, ଓଡିଶା
ବ୍ରହ୍ମଚାରୀ ଆଚାର୍ଯ୍ୟ ଆଦିତ୍ୟ ଦାସ, ମୁଖ୍ୟ ଆଚାର୍ଯ୍ୟ,ଶ୍ରୀ ରାଧା ମାଧବ ସେବା ଶ୍ରମ, ବୁଟୁପାଳି,ବାବା ଖଗେଶ୍ୱର ବାନପ୍ରସ୍ତି, ସତ୍ୟ ସନାତନ ଧର୍ମ, ସେବା ସଙ୍ଘ, ମଥୁରା
ଅଭିନଵ ପଟ୍ଟନାୟକ, ଆବାହକ, ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧଇଂ ବିକାଶ ଚନ୍ଦ୍ର ମହାକୁଳ,ସାମାଜିକ କର୍ମୀ ତଥା ସୁ ସଂଗଠକ,ବୌଦ୍ଧ ଜିଲ୍ଲା ଧାର୍ମିକ, ସାଂସ୍କୃତିକ ସେବା ମହାସଙ୍ଘ ସମ୍ପାଦକ ଅରୁଣ କୁମାର ମେଣ୍ଡିଲି, ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କର୍ଣ୍ଣଙ୍କ ଉଦ୍ୟମ ଓ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା l

ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେସମସ୍ତ ଗ୍ରାମ୍ୟ କମିଟି, ମଥୁରା ଓ ରାଧାନଗର ପଂଚାୟତ, ହରଭଙ୍ଗା ବ୍ଲକ ମିଶନ ଶକ୍ତି ମହିଳା ମହାସଙ୍ଘ, ସରପଞ୍ଚ ମହାସଙ୍ଘ, ଡ୍ରାଇଭର ମହାସଙ୍ଘ, କଳାକାର ମହାସଙ୍ଘ, ରାଜମିସ୍ତ୍ରୀ ମହାସଙ୍ଘ, ବୈଦ୍ୟ ମହାସଙ୍ଘ, ବଣିକ ସଙ୍ଘ ମାନଙ୍କୁ ନେଇ ଆସନ୍ତା 23ତାରିଖ ରବିବାର ଦିନ ଅପରାହ୍ନ 4.00 ସମୟରେ କେଳାକଟା ଖେଳ ପଡିଆରେ ଦାଇତ୍ୱ ବଣ୍ଟନ ଓ ପ୍ରସ୍ତୁତି ବୈଠକରେ ସମସ୍ତ ଗ୍ରାମର ଗୌଣ୍ଡିଆ, ସଭାପତି, ସମ୍ପାଦକ, ୱାର୍ଡ ସଭ୍ୟ, ଯୁବକ ସଙ୍ଘ, ମହିଳା ମହାସଙ୍ଘ ଓ ସମସ୍ତ ଆୟୋଜନ କମିଟିର କର୍ମକର୍ତା ଅଂଶ ଗ୍ରହଣ କରିବା ନିମନ୍ତେ ସମ୍ପାଦକ ଶ୍ରୀ ପଲିଆ ଅନୁରୋଧ କରିଥିଲେ l