କେସିଙ୍ଗା (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ରେ ସ୍କୁଲ ମାନଙ୍କରେ ୫ ଟି ରୂପାନ୍ତରୀତକରଣରେ ନାମ ରେ ବ୍ୟାପକ ଅନିୟମିତତା ର ଅଭିଯୋଗ ଆଣିଛନ୍ତି କେସିଙ୍ଗା ନଗର ର ଜଣେ ବରିଷ୍ଠ ସାମ୍ୱାଦିକ , ସେ କେସିଙ୍ଗା ବ୍ଲକ ବି ଇ ଓ କାର୍ଯ୍ୟାଳୟରେ ଗତ 0୪.0୪.୨୫ ରିଖ ଦିନ ସରକାରଙ୍କର ସୂଚନା ଅଧିକାର ଆଇନ ଅନୁଯାୟୀ ୫ ଟି ରେ ରୂପାନ୍ତରୀତତା ସ୍କୁଲ ମାନଙ୍କ ତଥ୍ୟ ମାଗିଥିଲେ ,

ବି ଇ ଓ କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ କେସିଙ୍ଗା ବ୍ଲକ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି ୨୦୦ ଇଏ ରେ କ୍ୟାସ୍ ବୁକ ଓ ପାସ ବୁକ ରେ ତାଳମେଳ ରହୁନଥିବା ଓ କିଣାଯାଇଥିବା ସାମଗ୍ରୀ ରେ ମଧ୍ୟ ସାମଗ୍ରୀ ର ଫ୍ଲସ ବିଲ ହୋଇଥିବା ନେଇ ସନ୍ଦେହ କରିଛନ୍ତି , ଏହି ପରିପେକ୍ଷୀରେ କେସିଙ୍ଗା ବି ଇ ଓ ଙ୍କ ଜରିଆରେ ଏକ ଅଭିଯୋଗ ପତ୍ର ତା ୧୫\୦୪\୨୫ ରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀ ,ଜିଲ୍ଲାପାଳ କଳାହାଣ୍ଡି , ରାଜ୍ୟ ଶିକ୍ଷା ସଚିବ ଓ ରାଜ୍ୟ ଗନ ଶିକ୍ଷା ମନ୍ତ୍ରୀ ଅବଗତି ନିମନ୍ତେ ଜଣାଇଛନ୍ତି ଓ ସ୍ପେଶାଲ ଉଡିତ ପାଇଁ ଦାବି କରିଛନ୍ତି |

କେସିଙ୍ଗା ବି ଇ ଓ ଙ୍କୁ ପଚାରିବା ରୁ କହିଲେ ଆମ ଉଚ୍ଚ ଅଧିକାରୀ ଙ୍କ ପାଖ କୁ ପଠାଇଦେଇଛି, ଅଭିଯୋଗ ରେ ଅନୁସନ୍ଧାନ ପାଇଁ ଦାବି କରିଛନ୍ତି ବୋଲି କହିଲେ | ଅନୁସନ୍ଧାନ ରୁ କଣ ସତ୍ୟ ଆସିବ ତାହା ଦେଖିବାକୁ ବାକି ରହିଲା |