ପୁରୀ: ( ମନୋଜ କୁମାର ବଳିଆରସିଂ )ଜନ ଅଧିକାର କୁ ଅଧିକ ରୁ ଅଧିକ ଲୋକ ଙ୍କ ପାଖରେ ପହଞ୍ଚାଇବା ଏବଂ ଜଣେ ଲୋକର ବଞ୍ଚିବାର ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ, ସେୟୀ ବାର୍ତ୍ତା ନେଇ ନବଗଠିତ ” ଅଧିକାର ଫାଉଂଡେସନ ” ଆଜି ଶ୍ରୀକ୍ଷେତ୍ର ଧାମ ପୁରୀ ରେ ଆଜି ତାର ପ୍ରଥମ ପ୍ରତିଷ୍ଠା ବୈଠକ ଆୟୋଜିତ କରିଛି ! ମୁଖ୍ୟ ଅତିଥି ରୂପେ ଯୋଗଦେୟୀ ସୁପ୍ରିମକୋର୍ଟ ର ବରିଷ୍ଠ ଆଡ଼ଭୋକେଟ ତଥା ହ୍ୟୁମାନ ରାଇଟ୍ସ ପ୍ରତିରକ୍ଷାକାରି,ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ଭଜମନ ବିଶ୍ୱାଳ, ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକୁ ଉଦ୍ଘାଟନ କରିଥିଲେ !

ଜନ ସଚେତନତା ଦ୍ୱାରା ହିଁ ଜନ ଅଧିକାର ର ସଫଳ ରୂପାୟନ ହୋଇପାରିବ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ ! ମୁଖ୍ୟ ବକ୍ତା ଭାବେ ଯୋଗ ଦେୟୀ ବରିଷ୍ଠ ନାରୀ ସଂଗଠିକା ତଥା “ଓମେନ୍ସ ” ର ସଭାନେତ୍ରୀ ଶ୍ରୀମତୀ ସରୋଜିନୀ ମହାନ୍ତି କହିଲେ, ନାରୀ ଆଜି ସମାଜରେ ତାର ହକ ପାଇଁ ଲଢେୟୀ କରୁଛି, ନିର୍ଯାତିତା ବି ହଉଛି, ଆମେ ସମସ୍ତେ ଏକାଠି ହୋଇ ଲଢ଼ିଲେ ନାରୀ ର ମର୍ଯ୍ୟାଦା ରକ୍ଷା ହୋଇପାରିବ !

ସମ୍ମାନିତ ଅତିଥି ରୂପେ ଯୋଗଦେୟୀ ଫାଉଂଡେସନ ର ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଅମରେନ୍ଦ୍ର ପୃଷ୍ଟି, ଚେୟାରମ୍ୟାନ ଦିବ୍ୟକୁସୁମ ଆଚାର୍ଯ୍ୟ, E24 ହସ୍ପିଟାଲ ର ପରିଚାଳନା ନିର୍ଦେଶକ ତଥା ସମାଜସେବୀ ଇଂ. ରାଜେଶ ମିଶ୍ର, ଶ୍ରୀମତୀ ନନ୍ଦିତା ମହାରଣା ଅଧିକାର ଫାଉଂଡେସନ ଆଗାମୀ ଦିନ ମାନଙ୍କରେ ଜନ ଅଧିକାର ପାଇଁ ଅଧିକ ରୁ ଅଧିକ ସଂଗ୍ରାମ ଜାରୀ ରଖୁ ବୋଲି ଆଶା ପୋଷଣ କରିଥିଲେ !

ଅଧିକାର ଫାଉଣ୍ଡେସନ ର ରାଜ୍ୟ ସଂଯୋଜକ ଲଲାଟେନ୍ଦୁ ମିଶ୍ର ଙ୍କ ସଭା ପରିଚାଳନା ରେ ଉତ୍ସବ ରେ ଶ୍ରୀଯୁକ୍ତ ଦେବାଶିଷ ଦାଶ, ସୁମିତ୍ରା ଦାସ, ରାଜଲକ୍ଷ୍ମୀ ଦାସ, କାଞ୍ଚନ ଶୁକ୍ଲା, ସୁପ୍ରିତି ଶୁକ୍ଲା, ଗୀତାଶ୍ରୀ ପଟନାୟକ, ମଧୁସ୍ମିତା ପଟନାୟକ, ଝୁନି ରଣସିଂହ, ସନ୍ତୋଷ ବାରିକ, ରାଜା ଭାଇ, ବିଜୟ ରଥ, ନଳିନୀ ସାହୂ,ନର୍ମଦା ମହାକୁଡ଼,ଲକ୍ଷ୍ମୀ ବାରିକ ଆଡ଼ଭୋକେଟ ସସ୍ମିତା ରଥ, ଭବାନୀ ରାୟ ଇତ୍ୟାଦି ଯୋଗ ଦେୟିଥିଲେ ! ସଭାରେ ସମସ୍ତ ସୋସିଆଲ ୱାର୍କର ମାନଙ୍କୁ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା !ସର୍ବଶେଷରେ ଅଧିକାର ଫାଉଂଡେସନ ର ଫାଉଣ୍ଡର ଶ୍ରୀମତୀ ରେଣୁବାଳା ପଣ୍ଡା ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ସାଙ୍ଗ କରିଥିଲେ !