
ଧର୍ମଗଡ଼ ତା ୧୭/୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତା ରେ ହୋଟେଲ ରାଜ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଛି।
ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଷୀ ପୂର୍ବତନ ଜିଲ୍ଳା ସଭାପତି ଧନଞ୍ଜୟ ପାତ୍ର ଓ ଦେବେନ୍ଦ୍ର ମହାନ୍ତି ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ଵାଗ ଜିଲ୍ଲା ସାଧାରଣ ସଂପାଦକ ଜୟ ଶଙ୍କର ମୁଣ୍ଡ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ରାଜ୍ୟ ସଦସ୍ୟ ଅପ୍ରେସ ସ୍ଵାଇଁ ମେକଇନ ଓଡ଼ିଶା ରାଜ୍ୟ ସଂଯୋଜକ ହିମାଂଶୁ ଶେଖର ପଣ୍ଡା ଜିଲ୍ଲା ସଂପାଦକ ଗୋଦାବରୀଶ ପାତ୍ର ମଞ୍ଚାସିନ ଥିବା ବେଳେ ଉପସ୍ଥିତ ଭାରତୀୟ ଜନତା ଧର୍ମଗଡ଼ ସକ୍ରିୟ ସଦସ୍ୟ ସଦସ୍ୟା ମାନଙ୍କୁ ପୁରୀ ଠାରେ କେନ୍ଦ୍ରୀୟ ସଭାପତି ଜେ,ପି ନଡ୍ଡା ଦେଇଥିବା ଗୁରୁ ମନ୍ତ୍ର କୁ ଉପସ୍ଥିତ ଥିବା ଭାରତୀୟ ପାଟି ସକ୍ରିୟ ସଦସ୍ୟ ଓ ସଦସ୍ୟା ଆଜି ମୁଖ୍ୟ ଅତିଥି ମାନେ ଟିକି ନିକି ଭାବେ ବୁଝାଇଥିଲେ ।
ମଞ୍ଚକୁ ସଂପାଦକ ଗୋଦାବରୀଶ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ମେକଇନ ଓଡ଼ିଶା ସଂଯୋଜକ ହିମାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ସମସ୍ତ ସକ୍ରିୟ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।