
କାଶୀପୁର: (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ ର ବୋରିଙ୍ଗି ଗ୍ରାମରେ ଏକ ଅଭନୀୟ ଘଟଣା ଦେଖିବାକୁ ମିଳିଛି। ଗତ ତା ୨୧/୪/୨୫ ରିଖ ଅପରାହ୍ନ ରେ ହଠାଥ ଅଦିନିଆ ଝୋଡ଼ କାଳ ବୈଶାଖ ଝଡ ବାତ୍ୟା ମାଡି ଆସିଥିଲା। ବାତ୍ୟା ପବନରେ ଏକ ନୂତନ ନିର୍ମାଣ ଘର ଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି।
ଘରଟି ବୋଇଙ୍ଗି ଗ୍ରାମ ଝିଲି ଗୁଡା ସାହିର ଦିନନ୍ତ ଗଉଡ଼ଙ୍କ ବୋଲି ଜଣାପଡିଛି। ବାତ୍ୟା ସମୟରେ ଘରେ ତାଙ୍କ ସ୍ତ୍ରୀ ଜୟନ୍ତୀ ଗଉଡ଼ ଓ ଦୁଇ ପିଲାଙ୍କ ସହ ଚାରି ପ୍ରାଣ୍ଡି ଆଶ୍ରୟ ନେବା ବେଳେ ପ୍ରବଳ ଝଡ ବାତ୍ୟା ହେବା ଫଳରେ ଅଳ୍ପକେ ଚାରି ପ୍ରାଣୀ ବର୍ତ୍ତୀ ଗଲେ ଏବଂ ଘର ଭାଙ୍ଗିବା ର ଭୟଙ୍କର ଦୃଶ୍ୟ ଦେଖି ପ୍ରାଣ ବିକଳରେ ସମସ୍ତ ଙ୍କ ଜୀବନ ବଞ୍ଚାଇବାକୁ ପାଖ ପଡିସା ଙ୍କ ଠାରେ ଆଶ୍ରୟ ନେଇଥିଲେ। ଘଟଣାରେ ଚାରି ମାସର ଧାନ, ମାଣ୍ଡିଆ, ଚାଉଳ ଭଳି ଖାଦ୍ୟଶସ୍ୟ, ଆସବା ପତ୍ର, ଲୁଗାପଟା, ଆବଶ୍ୟକ କାଗଜ ପତ୍ର ଅତ୍ୟାଦି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛ। ବର୍ତମାନ ପରିବାରଟି ଅସହାୟ ଓ ନିରାଶ୍ରୟ ହୋଇ ଯାଇଛି।
ବିଡମ୍ବନା ର ବିଷୟ ହେଲା ଦିନନ୍ତ ଗଉଡ଼ ଘର ଖଣ୍ଡିକ ବାନ୍ଧିବା ପାଇଁ ସ୍ତ୍ରୀ ପିନ୍ଧିଥିବା ସୁନା କୁ ବନ୍ଧକ ପକାଇ ଘର ଟିଏ ବାନ୍ଧି ଥିଲା ହେଲେ କାଳ ସାଜିଲା ଦୈବ ଦୁର୍ବିପାକ। ବର୍ତମାନ ଅସହାୟ ପରିବାର ପକ୍ଷରୁ ପ୍ରଶାସନ କୁ ସାହାଯ୍ୟର ଗୁହାରି କରାଯାଇଥିବା ବେଳେ ଏଯାବତ ଯୌଣସି ସାହାଯ୍ୟ ମିଳି ନଥିବା ଜଣାପଡିଛି।