ପୁରୀ : (ମନୋଜ କୁମାର ବଳିଆରସିଂ )ମାନନୀୟ ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ, ଓଡିଶା ଙ୍କୁ ମାନ୍ୟବର ଜିଲ୍ଲାପାଳ, ପୁରୀ ଙ୍କ ଜରିଆରେ ସ୍ମାରକ ପତ୍ର ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ, ଓଡିଶା, ପୁରୀ ର ସମସ୍ତ କାର୍ଯ୍ୟକର୍ତ୍ତା, ପୁରୀ ସହର ତଥା ସଦର ଅଂଚଳରେ ରେ ବସବାସ କରୁଥିବା ଜନସାଧାରଣ ଙ୍କ ନିତିଦିନିଆ ସମସ୍ୟା ଓ ସେମାନଙ୍କ ମୌଳିକ ଅଧିକାର ସୁରକ୍ଷା ନିମନ୍ତେ ଦାବି ଉପସ୍ଥାପନ କରିଥିଲେ।ପୁରୀ ସହର ରେ ଦୀର୍ଘଦିନରୁ ରହିଥିବା ଅଦାଲତ ର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ !ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗାଡି ପାର୍କିଙ୍ଗ କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ, ସେହି ସ୍ଥାନରେ ଉଠାଦୋକାନୀ ପରିବାରକୁ ବ୍ୟବସାୟ କରିବାପାଇଁ ସୁଯୋଗ ଦିଆଯାଉ

ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଦୋକାନ, ଠେଲାଗାଡ଼ି ଓ ରେସ୍ତୁରାଣ୍ଟ ଆଦିରୁ ସମ୍ପୂର୍ଣ୍ଣ ଭାବେ ଆମିଷ ବିକ୍ରି ନିଷେଧ ପାଇଁ କଡା ଆଇନ ପ୍ରଣୟନ ହେଉ !

ମଶାଦାଉରେ ଜନତା ଅତି ଅତିଷ୍ଠ ହୋଇଗଲେଣି, ତେଣୁ ଏହାର ପ୍ରତିକାର ପାଇଁ ପ୍ରତି ୧୫ ଦିନ ଆନ୍ତରାଳରେ ଉନ୍ନତ ମାନର ମଶାତେଲ ବ୍ୟବହାର କରାଯାଇ, ମଶାଧୂଆଁ ସ୍ପ୍ରେ କରାଯାଉ !ଆଗାମୀ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ର ପ୍ରବେଶପଥ ରେ ଥିବା ଅଠରନଳା ର ମୂଷା ନଦୀକୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରି, ନଈ ମଧ୍ୟରେ ଦଣ୍ଡାୟମାନ ଅବସ୍ଥା ରେ ଥିବା ଭଗବାନ ଗରୁଡଙ୍କ ପ୍ରତିମୂର୍ତ୍ତି ପାଖ ପରିଷ୍କାର କରାଯାଉ ଆଉ ସମ୍ପୂର୍ଣ୍ଣ ଆଲୋକୀକରଣ ର ବ୍ୟବସ୍ଥା କରାଯାଉ, ଯଦ୍ୱାରା ପର୍ଯ୍ୟଟକ ଆକର୍ଷିତ ହେବେ !
ନାରୀ ସଶକ୍ତିକରଣ, ସୁରକ୍ଷା ଓ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ !

ପୁରୀ ସହରରେ ଦଶନ୍ଧି ଦଶନ୍ଧି ଧରି ବସବାସ କରୁଥିବା ଜନସାଧାରଣ ଙ୍କ ଜମି, ଗୃହର ମାଲିକାନା ସତ୍ତ୍ୱ ମହାପ୍ରଭୁ ଙ୍କ ନାମରୁ ହଟାଯାଇ ଜନତା ଙ୍କ ନାମରେ କରାଯାଉ, ଫଳରେ ସେମାନେ ଅସୁବିଧାରେ ପଡି ଯଥା, ଚିକିତ୍ସା, ଝିଅ ବିବାହ, ପିଲାଙ୍କ ପାଠପଢା ରେ ଚାହିଁଲେ ନିଜ ଜମି, ଗୃହ ଖଣ୍ଡିକ ବିକ୍ରି କରିପାରିବେ !
ପୁରୀ ସଦର ବ୍ଲକ ଅଧୀନସ୍ଥ ସର୍ବପୁରାତନ ଜନତାଙ୍କ ଉପଯୋଗୀ ଅନାଶିଆ ଜୋର କୁ ପରିଷ୍କାର କରାଯାଉ! ଯାହାଫଳରେ ହଜ଼ାର ହଜ଼ାର ଜନତା ଙ୍କ ବ୍ୟବହାର ଯୋଗ୍ୟ ଏହା ହୋଇପାରିବ !ଏହି ସବୁ ଦାବି ଉପସ୍ଥାପନ କରାଯାଇଥିଲା।