
ପୁରୀ : (ମନୋଜ କୁମାର ବଳିଆରସିଂ )ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜଗଦୀଶ ରାଉତଙ୍କ ଅନୁରୋଧ ବାର୍ତା ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟ ର ପ୍ରତ୍ୟକ ଓକିଲ ସଂଘ ର ଦୃଷ୍ଟି ଆକର୍ଷଣ କରିବାକୁ ଚାଁହୁଅଛୁ କି ଆପଣ ଜାଣିଥିବେ ପୁରୀ ଜ଼ିଲ୍ଲା ପିପିଲି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ର ରତନପୁର ର ନାବାଳକ ଆଶୀର୍ବାଦ ସାହୁ ଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ହତ୍ୟା କରାଯାଇଛି | ଏଥିରେ ଘର ପାଖର ଆଶୀର୍ବାଦ ଙ୍କ ଦାଦା ପ୍ରଭାକର ସାହୁ (ବାପି) ଙ୍କୁ ପୋଲିସ ଆରେଷ୍ଟ କରିଥିଲା ଏବଂ ପଚାର ଉଚାରରେ ସତ୍ୟାସତ୍ୟ ମାନି ପୁରା ହତ୍ୟାର କାହାଣୀ ଯାହା ପୁରା ବିଭର୍ସ ଛାତିଥରା ହତ୍ୟା କହିଛି |
ଏହାକୁ କେନ୍ଦ୍ର କରି ଦୋଷୀ କୁ ଦଣ୍ଡ ଦେବାକୁ ଅନେକ ଦାବି କରୁଛନ୍ତି | ହେଲେ ଓଡ଼ିଶାରେ ଏବେ ପ୍ରଶ୍ନ ଉଠୁଛି ଯୋଉଠି ନାବାଳକ ସୁରକ୍ଷିତ ନାହାନ୍ତି ସେଠି ନାରୀ ଙ୍କ କଥା କଣ କହିବା | ଏଥି ନିମନ୍ତେ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ପୁରୀ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ମହାନ୍ତି ଙ୍କ ଜରିଆରେ ରାଜ୍ୟ ଓକିଲ ସଂଘ କୁ ନେବେଦନ କରିଛି କି ଦୋଷୀ ବାପି ର କେଶ କୌଣସି ଓକିଲ ନ-ଲଢ଼ି କୌଣସି ଓକିଲ ତା କେଶ ନନେଲେ ଓଡ଼ିଶାରେ ଏଭଳି ଘଟଣା ଘାଟେଇବାକୁ ଅପରାଧୀ ଚିନ୍ତା ପ୍ରକଟ କରିବେ ସହ ଏଭଳି ଦୋଷୀ କୁ ଦଣ୍ଡ ସ୍ୱରୂପ ଓକିଲ ନମିଳିବା ଦରକାର ବୋଲି ଏକ ନିବେଦନ ପତ୍ର ମାଧ୍ୟମ ରେ ଜ଼ିଲ୍ଲା ଛାତ୍ର କଂଗ୍ରେସ ର ଶତାଧିକ କର୍ମକର୍ତ୍ତା ଙ୍କ ଗହଣରେ ଜଗଦୀଶ ରାଉତ ଓକିଲ ସଂଘ ସଭାପତି ଙ୍କୁ ନିବେଦନ ପତ୍ର ଦେଇଛନ୍ତି |
ଛାତ୍ର କଂଗ୍ରେସ ପୂର୍ବତନ ପୁରୀ ବିଧାନ ସଭା କାର୍ଯ୍ୟକାରୀ ସଭାପତି ସାହିଲ ମହାନ୍ତି କହିଛନ୍ତି ଓଡିଶା ପାଇଁ ଐତିହାସିକ ହେବ ପୁରା ଓଡିଶା ଓକିଲ ସଂଘ ଏଭଳି ଅପରାଧୀ ମାନଙ୍କର ମାମଲା କୁ ଯଦି ନ-ଲଢ଼ିବେ ଅପରାଧୀ ମାନଙ୍କ ଭିତରେ ଭୟ ମଧ୍ୟ ସୃଷ୍ଟି ହେବ ଏବଂ ଏଭଳି କାର୍ଯ୍ୟର ଅବସାନ ଘଟିବ | ଏହି ନିବେଦନ ପତ୍ର କୁ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜଗଦୀଶ ରାଉତ, ସାହିଲ ମହାନ୍ତି, ହେମନ୍ତ ପ୍ରଦାନ ଙ୍କ ନେତୃତ୍ୱ ରେ ସୁମିତ ପାଲ, ସମ୍ବିତ ପ୍ରଧାନ, ଅସ୍ମିତ ବରାଳ, ଟୁନାଲ ସାମଲ, ସନ୍ତୋଷ ଵସନ୍ତରା, ଲକି ପ୍ରଧାନ, ଟୁବୁଲା ପାତ୍ର, ବିଷ୍ଣୁ ପ୍ରସାଦ ମହାନ୍ତି, ଆଦର୍ଶ ବରାଳ, ବିଶ୍ୱଜିତ ସ୍ୱାଇଁ ଙ୍କ ସହ ଶତାଧିକ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ କର୍ମୀ ପୁରୀ ଓକିଲ ସଂଘ ଯାଇ ଅନୁରୋଧ ପତ୍ର ଦେବା ସହ ଆଶା ଓ ବିଶ୍ୱାସ ରଖିଛନ୍ତି କି ଆମ୍ଭର ଅନୁରୋଧ କୁ ରକ୍ଷା କରି ଓଡିଶା ର ଓକିଲ ଗଣ ଏକ ଐତିହାସିକ ନିଷ୍ପତି ନେବେ ଏବଂ ଏଭଳି ଅପରାଧ ଭିଆଉଥିବା ଅପରାଧୀ ଙ୍କ ମଧ୍ୟରେ ଏହା ଏକ ବଡ ଦଣ୍ଡ ହେବ ||