
କାଶୀପୁର (ଅଞ୍ଜନ କୁମାର ନାଏକ)ମୌତ୍ରୀ ଇମ୍ପ୍ରା ଦ୍ଵାରା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତ ର କିଛି ଗ୍ରାମର କାଳ ବୈଶାଖୀ ଝଡ ବାତ୍ୟା ଦ୍ଵାରା କ୍ଷୟକ୍ଷତି ପରିବାର କୁ ଆଜୁଏସ୍ଟ ପ୍ରଦାନ କରାଯାଇଛି।ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ ର ବୋରିଙ୍ଗି ଓ ବିରାବାଫାଳା ଗ୍ରାମରେ ଗତ ତା ୨୧/୪/୨୫ ରିଖ ଦିନ ପୂର୍ବାହ୍ନ ରେ ହଠାତ କାଳ ବୈଶାଖୀ ଝଡ଼ ବାତ୍ୟା ଆସିଥିଲା ଏବଂ ଦୁଇ ଗ୍ରାମରେ ତାଣ୍ଡବ ଦେଖାଇ ଅନେକ କ୍ଷୟକ୍ଷତି କରି ଲୋକଙ୍କ ଧନଜୀବନ ନଷ୍ଟ କରିବା ସହ ଅନେକ ଘରର ଛାତ, ଆଜୁଏସ୍ଟ ଭାଙ୍ଗି ଦେଇଥିଲା।
ଉକ୍ତ ଘଟଣାଟି କିଛି ଦିନ ହେଲା ଗଣମାଧ୍ୟମ ଖବର କାଗଜରେ ପ୍ରଚାର ପ୍ରସାର ହେବା ପରେ ସ୍ଥାନୀୟ ମୈତ୍ରୀ ଇମ୍ଫ୍ରା କାମ୍ପାନୀ ବିଳମ୍ବ ନକରି ଉଭୟ ଗ୍ରାମକୁ ଯାଇ ତୁରନ୍ତ କ୍ଷୟକ୍ଷତି ର ଆକଳନ କରି ପୀଡିତ ପରିବାର କୁ ସାହାଯ୍ୟରେ ହାତ ବଢ଼େଇ ଆଜୁଏସ୍ଟି ବଣ୍ଟନ କରିଛି।କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତ ବୋରିଙ୍ଗି ଗ୍ରାମର ଦିନନ୍ତ ଗଉଡ଼,ସୁନ୍ଦରୀ ଗଉଡ଼, ଚାନ୍ଦୁ ମାଝୀ ଏବଂ ନିକଟ ବିରାବାଫଲା ଗ୍ରାମର ଲଚମନ ଗଉଡ଼ ଓ ଫୁଲଦେଇ ମାଝୀ ଙ୍କୁ ଆଜୁଏସ୍ଟ ପ୍ରଦାନ କରାଯାଇଥିଲା ।
କ୍ଷୟକ୍ଷତି ପରିବାର କୁ ସ୍ଥାନୀୟ ମୈତ୍ରୀ କାମ୍ପାନୀ ଚୟର୍ମେନ ଶ୍ରୀ – ଶ୍ରୀନିବାସ ରାଓ ସାହାଯ୍ୟ ର ହାତ ବଢ଼େଇ ସମସ୍ତ ପରିବାର କୁ ୫୦ ଖଣ୍ଡ ଆଜୁଏସ୍ଟ ପ୍ରଦାନ କରିଥିବା ବେଳେ ଅଞ୍ଚଳରେ ତାଙ୍କୁ ଭୁରି ଭୁରି ପ୍ରସଂଶା ର ସୁଅ ଛୁଟୁଛି ।ମୈତ୍ରୀ ଇମ୍ଫ୍ରା ପକ୍ଷରୁ ସି.ଏସ.ଆର ହେଡ଼ ନିହାର ରଞ୍ଜନ ସ୍ୱାଇଁ, ପି.ଆର.ଓ. ହେଡ଼ ପୃଷ୍ଟି ଦୁରିଆ ଓ ସିଭିଲ ହେଡ଼ ଯୋଗଦୀଶ ବାବୁ ପ୍ରମୁଖ ଆଜୁଏସ୍ଟ ବଣ୍ଟନ କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ।