ପୁରୀ : ୨୮/୪(ମନୋଜ କୁମାର ବଳିଆରସିଂ )ରିଖ ଉତ୍କଳ ଗୌରବ ମଧୁ ସୁଦନ ଦାସ ଙ୍କ ୧୭୭ତମ ଜୟନ୍ତୀ ରେ ପୂରୀ ଓକିଲ ସଂଘ ଆଇନଜୀବି ଦିବସ ପାଳନ ଅବସରରେ ବାର ଆସୋସିଏସନ୍ ହଲ ରେ ସକାଳ ୯ଘଟିକା ରେ ରକ୍ତଦାନ ଶିବିର କରାଯାଇଛି। ଏହି ରକ୍ତଦାନ ଶିବିର କୁ ପୁରୀ ର ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ମାନ୍ୟବର୍ ଶୈକତ ପାତ୍ର ଉଦଘାଟନ କରିଥଲେ।

ସମସ୍ତ ଜୁଡିସିଆଲ ଅଫିସର ମାନେ ଉପସ୍ଥିତ ଥାଇ ୪୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପୁରୀ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ମାନଙ୍କ ସହ ସଭାପତି ପ୍ରେମାନନ୍ଦ ମହାନ୍ତି, ସଂପାଦକ ଶରତ କୁମାର ରାୟଗୁରୁ, ଉପସଭାପତି ବିଭୁ ଦତ ପଟନାୟକ, ଯୁଗ୍ମ ସମ୍ପାଦକ ଅନିଲ ସାହୁ, ସମିର ଘୋଷ, ଭାଗବତ ପଟନାୟକ, କର୍ଣ୍ଣ ବିର୍ ମହାପାତ୍ର, ତାପସ ବଳିୟାର ସିଂହ, ଜ୍ୟୋତି ପାଇକରାୟ ମନୋରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।