ପୁରୀ : (ମନୋଜ କୁମାର ବଳିଆରସିଂ )କୁମାର ଉତ୍ସବ ସମିତି ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଜମ୍ମୁ କାଶ୍ମୀର ସ୍ଥିତ ପହେଲଗାମ ଆତଙ୍କବାଦୀ ଆକ୍ରମଣ ରେ ୨୮ ଜଣ ପର୍ଯ୍ୟଟକ ଙ୍କ ମୃତ୍ୟୁ ଏବଂ ବାଲେଶ୍ଵରର ଜଣେ ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ କୁମାର ଶତପଥି ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବା ସହ ଚିକିତ୍ସାଧୀନ ବ୍ୟକ୍ତି ବିଶେଷଙ୍କ ଆସୁ ଆରୋଗ୍ୟ କାମନା ନିମନ୍ତେ ସମୂହ ପାର୍ଥନା କରାଯାଇଥିଲା।

ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ନିଖିଳ ଓଡିଶା ଅଧିବକ୍ତା ସଂଘ ସଭାପତି ବରିଷ୍ଠ ଅଧିବକ୍ତା ବିଭୁ ପ୍ରସାଦ ତ୍ରିପାଠୀ, ସମାଜ ସେବୀ ରାଜେଶ କୁମାର ମିଶ୍ର, ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସମ୍ପାଦକ ଚକ୍ରଧର ମହାପାତ୍ର, ଅଧିବକ୍ତା ଶ୍ରୀକାନ୍ତ ମହାନ୍ତି,ଅମରେନ୍ଦ୍ର ପାଇକରାୟ, ଭଏସ ଅଫ କମନ୍ ମ୍ୟାନ ଆବାହକ ହେକ୍ଟର ମିଶ୍ର,ପୁରୀ ଜିଲ୍ଲା କିନ୍ନର ସଂଘ ସଭାନେତ୍ରୀ ପ୍ରୀୟାନ୍ସି ଦାସ, ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ପୁରୀ ଆର୍ଟିଷ୍ଟ ଆସୋସିଏସନ୍ ସଭାପତି ଭରତ ନାୟକ, କବି ଶ୍ୟାମ ପ୍ରକାଶ ସେନାପତି, ସିନେ ଓ ମଞ୍ଚ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ଉପସ୍ଥିତ ଥିଲେ

ପୁର୍ବତନ ସରପଞ୍ଚ ଅନୁପ କୁମାର ପୃଷ୍ଟୀ, ଜିବେଶ ଚନ୍ଦ୍ର ରଥ, ପୁର୍ବତନ ସେନା କର୍ମଚାରୀ ଗୌରୀ ଶଙ୍କର ସାମନ୍ତରାୟ, ବିଦୁ ଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ଦୂରଦର୍ଶନ ଉପସ୍ଥାପିକା ଜ୍ୟୋତିର୍ମୟୀ ପଣ୍ଡା , ସମାଜସେବି ବନିତା ଦୀକ୍ଷିତ, ଓଡ଼ିଶୀ ନୃତ୍ୟ ଗୁରୁ ନମସ୍ମିତା ସାହୁ, ଅସୀମା ରାହୁଲ, ସନ୍ଧ୍ୟାରାଣି ସାହୁ, ସନ୍ତୋସିନି ନାୟକ, ରଜତ କୁମାର ସାହୁ,ମଳୟ ଗଜେନ୍ଦ୍ର,ଫଟୋ ସାମ୍ବାଦିକ ନିଗମ ପାତ୍ର, ଶୁଭେନ୍ଦୁ ମହାପାତ୍ର, ଗୌତମ ସାହୁ, ସୌମ୍ୟା ରଞ୍ଜନ ନାୟକ, ରଶ୍ମି ରଞ୍ଜନ ନାୟକ,ରାକେଶ ନାୟକ, ନିରଜ ମହାନ୍ତି, କ୍ଷୀରୋଦ କୁମାର ଦାଶ, ଦେବୀ ପ୍ରାସାଦ ମିଶ୍ର, ଉମାକାନ୍ତ ବେହେରା, ମିଟୁ ସାମନ୍ତରା, ଅଭ୍ୟୁଦୟ ଦାସ, ଚନ୍ଦନ ଦାସ, କୁମାର ଉତ୍ସବ ସମିତି ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ, ଅନୁଷ୍ଠାନର ସହ ସମ୍ପାଦକ ପ୍ରମୋଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।