
ପୁରୀ ତା୨୮.୪(ମନୋଜ କୁମାର ବଳିଆର ସିଂ )ରିଖ ସକାଳ ୯ ଘଂଟିକା ସମୟରେ ପୁରୀ ସି ବିଚ ଫୋଟୋଗ୍ରାଫର ମହାସଙ୍ଗ ର ଏକ ବିଶାଳ ଶୋଭାଯାତ୍ରା ଦିଗବାରେଣି ଛକ ନିକଟରୁ ବାହାରି ସିଂହ ଦ୍ୱାର ରେ ପହଁଚିଥିଲା। ୭୦୦ ରୁ ଉର୍ଦ୍ଧ୍ବ ସମୁଦ୍ରକୁଳ ଫୋଟୋଗ୍ରାଫର ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ଆତଙ୍କି ନର ସଂହାର ବନ୍ଦ କର ,ଭାରତ ବର୍ଷ ବିଭାଜନ ବନ୍ଦ କର,ଆତଙ୍କ ବାଦ ବନ୍ଦ କର ଇତ୍ୟାଦି ପ୍ଲାକାର୍ଡ ମାନ ଧରି ଶୋଭାଯାତ୍ରା କାରୀ ମାନେ ନିରବ ଶୋଭାଯାତ୍ରାରେ ଯାଇଥିଲେ ।
ପୁରୀ ମଧ୍ୟ ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ପର୍ଯ୍ୟଟକ ଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି କରୁଥିବା ଆତଙ୍କ ବାଦୀ ମାନଙ୍କୁ ନିନ୍ଦା କରାଯାଇଥିଲା ଏବଂ ଆତଙ୍କ ବାଦୀ ମାନଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବାର୍ତା ଦିଆଯିବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମୁଖ ରେ ଦୀପଦାନ କରାଯାଇ ମୃତକ ମାନଙ୍କ ଆତ୍ମାର ସଦ୍ଗତି କାମନା କରଯାଇଥିଲା।
ମହାସଂଘ ର ମୁଖ୍ୟ ଉପଦେଷ୍ଟା ଆଡଭୋକେଟ ଶ୍ରୀକାନ୍ତ ପରିଜା ଙ୍କ ନେତୃତ୍ୱରେ ଫଟୋଗ୍ରାଫର ମାନେ ଏକତ୍ରିତ ହୋଇଥିବା ବେଳେ ମହାସଙ୍ଗ ସଭାପତି ଜି ମୋହନ ରାଓ,ସମ୍ପାଦକ ଗୋବିନ୍ଦ ଦତ୍ତ,କାର୍ଯ୍ୟ ନିରୀକ୍ଷକ ରାମଚନ୍ଦ୍ର ସାହୁ,ଉପସଭାପତି ଜି ଶିବ,ସହ ସମ୍ପାଦକ ଏମ ରାଜା ,ଏସ ଶିବ ରାଓ ,କୋଷାଧ୍ୟକ୍ଷ ପ୍ରଭାତ ସେଠି ଙ୍କ ନେତୃତ୍ୱରେ ଚକ୍ରତୀର୍ଥ ବିଚ ରୁ ଆରମ୍ଭ କରି ସ୍ତର୍ଲିଂ ବିଚ ପର୍ଯ୍ୟନ୍ତ ସମସ୍ତ ୧୦ଗୋଟି ଫୋଟୋଗ୍ରାଫର ମହାସଙ୍ଗ କୁ ପରିଚାଳନା କରିଥିଲେ ଓ ମୃତକ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରାଯାଇଥିଲା।