ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇ ଯାଇଛି

ଅଭିଯୋଗ ଶିବିର ରେ ଜିଲ୍ଲାପାଲ ନୃସିଂହ ଚରଣ ସ୍ବାଇଁ ଙ୍କ ନିକଟ ରେ ସମୁଦାୟ ୧୪୨ ଟି ଅଭିଯୋଗ ପତ୍ର ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୩୭ ଟି, ୫  ଟି ସାମୁହିକ ଅଭିଯୋଗ ହୋଇ ଥିବା ବେଳେ୧୦୯  ଟି ଅଭିଯୋଗ ପତ୍ର ର ତତ୍କାଳୀନ ସମଧନ କରାଯାଇ ଥିଲା।

୩୧ ଜଣଙ୍କୁ ମୂଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ମୋଟ ଦୁଇ ଲକ୍ଷ୍ ଚଉଦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ୫  ଜଣ ଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଇଥିଲା। ଉକ୍ତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ବିଡ଼ିଓ ସ୍ୱପ୍ନିତା ନାୟକ, ଙ୍କ ସମେତ ଜିଲ୍ଲା ର ବିଭିନ୍ନ ବିଭିଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।