ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ତଥା ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଚତୁର୍ଥ ଦିନରେ ଗଣଧାରଣା ଚାଲୁରହିଛି ମୁଖ୍ୟତଃ ତିନି ଦଫା ଦାବି ,,ଯେପରି କି ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କ୍ୟାଡର ଭୁକ୍ତ କରିବା,ଗଣଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ।

ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ଆଦି ତିନି ଦଫା ଦାବି ନେଇ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଉପଦେଷ୍ଟା ଶ୍ରୀ ସାଧୁ ଚରଣ ଦେହୁରୀ,, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ NPS ସଭାପତି ଶ୍ରୀ ରଜତ କୁମାର ନାୟକ, ମିଳିତ ଶିକ୍ଷକ ସଂଘସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ, ଜିଲ୍ଲା ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ଉପସଭାପତି ଅଜୟ କୁମାର ପ୍ରଧାନ ଓ କୋଷାଧ୍ୟକ୍ଷ ଶ୍ରୀ ରଂଜିତ ଷଡଙ୍ଗୀ ତଥା ଶିକ୍ଷକ ନେତା ପ୍ରସନ୍ନଭୋକ୍ତା,ହରମୋହନ ଦନାୟକ୍,ଦିଲୀପ ମହାନ୍ତି,ସୁବାଷ ଚନ୍ଦ୍ର ପ୍ରଧାନ, ଅନିଲ କର୍ମୀ , ସକୁନ୍ତଳା ବେହେରା, ସୁବାଷ ଜାନୀ,ସରିତା ବିଶୋଇ, ,ଶଦ୍ଧାଞଳୀ ପ୍ରଧାନ, ବୃନ୍ଦାବନ ସାହୁ, ରଂଜିତ ପ୍ରଧାନ, ସମିର ପ୍ରଧାନ, ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ

ପ୍ରକାଶ ଥାଉକି ନିମ୍ନଲିଖିତ ଦାବି ସମୂହ ପୂରଣ କରିବା ଦିଗରେ ଟାଳଟୁଳ ନିତି ଅବଲମ୍ବନ କରୁଥିବାରୁ ଗତ ତା 8 ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣ ଧାରଣାରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଏହା ତିବ୍ରତର ହେବବୋଲି ସଂଘ ପକ୍ଷରୁ କୁହାଯାଇଛି।