
ଖପ୍ରାଖୋଲ: ୧୭/୦୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଟଙ୍କପାନି, ସାହଜପାଣି , ମାଟିଅଭଟା ଗ୍ରାମରେ ଖୋଲା ଯାଇଥିବା ସେବା ସମବାୟ ସମିତି ର ଶୁଭ ଉଦଘାଟନ ହୋଇଯାଇଛି ।
ଉଦଘାଟନୀ ଉସ୍ଵବରେ ପାଟଣାଗଡ ବିଧାୟକ ସରୋଜ ମେହେର ଯୋଗଦେଇ ଫିତାକାଟି ସେବା ସମବାୟ ସମିତି ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ , ବିଧାୟକ ପ୍ରତିନିଧି ରମେଶ ପଧାନ, କନ୍ଦର୍ପ ସୁଆର , ପବିତ୍ର ପଟେଲ ଓ ସ୍ଥାନୀୟ ଅଧିବାସୀ ମାନେ ଉପସ୍ଥିତ ଥିଲେ ।