
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଧାର କାର୍ଡ ମୂଷା କାଟି ଦେବା ପରେ ଅସହାୟ ବୃଧାଙ୍କୁ ଗତ ତିନିମାସ ହେଲା ଚଳିବା ମୁସ୍କିଲ ହୋଇଗଲାଣି । ଘରେ ଚୁଲି ଜଳୁନି ଆଉ କିଛି ଦିନ ଏମିତି ଲାଗିରହିଲେ ଜୀବନ ଯିବ ନିଶ୍ଚିତ । ଏମିତି ଏକ ଦୁଃଖ କଥା ନିଜ ଲୋତକ ଭରା ନୟନ ସହିତ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି ଜଣେ ୭୦ ବର୍ଷୀୟା ବୃଧା ।
ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ଭାଲୁମୁଣ୍ଡିଆ ଗ୍ରାମର କନକ ନାୟକ । ପରିବାର କହିଲେ ସେ ଜଣେ ତାଙ୍କର ଆଉ କେହି ନାହାନ୍ତି । ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ଟିକିଏ ହୋଇଯାଇଛି ସେଥିରେ ମୁଣ୍ଡ ସିନା ଗୁଂଜି ଦେଇଛନ୍ତି ହେଲେ ପେଟ ପାଇଁକିଛି ନାହିଁ । ଏହି ବୟସରେ ମଧ୍ୟ କିଛି କାମ ଧାମ କରି ରୋଜଗାର କଲେହିଁ ଚୁଲି ଜଳୁଛି । ରାସନ କାର୍ଡ ଟିଏ ପାଇଁ ବାରମ୍ବାର ଗୁହାରି କରିଥିଲେ ସୁଧା କେହି ଶୁଣୁନାହାନ୍ତି । ଆଜି ପର୍ଯ୍ୟନ୍ତ ରସନକାର୍ଡ ଟିଏ ହୋଇ ପାରୁନାହିଁ ।
କେବଳ ବାର୍ଦ୍ଧକ୍ୟ ଭତା ହିଁ ତାଙ୍କ ଏକମାତ୍ର ସାହା ଭରଷା । ହେଲେ ଦଇବ ଦାଉ ସାଧିଛି । ନିଜର ଆଧାର କାର୍ଡ କୁ ଘରେ ମୂଷା ଖାଇଯାଇଛି । ଏବେ ଆଧାର କାର୍ଡ ନଦେଖାଇ ପାରିବାରୁ ଗତ ତିନିମାସ ହେଲା ତାଙ୍କ ଏକ ମାତ୍ର ସାହା ଭତା ୫୦୦ ଟଙ୍କା ମଧ୍ୟ ପଞ୍ଚାୟତ ବନ୍ଦ କରିଦେଇଛି । ଏବେ ରାସନ କାର୍ଡ ପାଇଁ ବିଭିନ୍ନ ସ୍ଥାନକୁ ଯାଇ ନିବେଦନ କରିଛନ୍ତି ହେଲେ ନିଜ ଆଧାର କାର୍ଡ କରିପାରୁନଥିବାରୁ ସେ ଖୁବ ଦୁଃଖରେ ଜୀବନ କାଟୁଛନ୍ତି । କିଏ ତାଙ୍କ ଦୁଃଖ ଶୁଣିବ ନଚେତ ଜୀବନ ହାରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।