ଭୁବନେଶ୍ବର: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‌  ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ଖବର ଆଜି ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି।କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ତାଙ୍କ ସ୍ୱେଚ୍ଛାକୃତ ଅବସରକୁ ମଞ୍ଜୁର କରିଛି ।

ସର୍ବଭାରତୀୟ ସେବା ଆଇନ ୧୬(୨କ) ଅନୁସାରେ ମଂଜୁର ହୋଇଥିବା ଜଣା ପଡିଛି ।ତେବେ କେଉଁ କାରଣରୁ ପାଣ୍ଡିଆନ୍‌ ଅବସର ନେଇଛନ୍ତି ତାହା ଜଣା ପଡି ନାହିଁ ।

ପୂର୍ବରୁ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଦାବି କରି ଆସୁଥିଲେ କି ଯଦି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବଙ୍କର ରାଜନୀତି କରିବାର ଅଛି ତେବେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇ ମଇଦାନକୁ ଆସନ୍ତୁ।