ଧର୍ମଗଡ଼:(ହେମନ୍ତ କୁମାର ମଝି )କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସ୍ତିପଡା ଠାରେ ଧୂମଧାମରେ ପାଳିତ ହୋଇଯାଇଛି । ମାଁ ଦୂର୍ଗା ପୂଜା ଏଵଂ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ଏହି ପୂଜା ଚଳିତ ବର୍ଷ ୬୪ ତମ ରେ ପାଳିତ ହୋଇଯାଇଛି। ଏହି ପୂଜା ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୯ ଦିନ ପାଳନ କରାଯାଇଥିଲା। ପୂଜା ରେ ପ୍ରତ୍ୟେକ ଦିନ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ଏଵଂ ଜଗତଜନନୀ ମାଁ ଦୂର୍ଗା ଏଵଂ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ କୁ ଦର୍ଶନ କରିବା ସହିତ ଶହ ଶହ ଭକ୍ତ ଙ୍କ ସମାବେଶ ହୋଇଥିଲା ।

ସେହିପରି ଦଶମୀ ଦିନ ରେ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପର୍ବ ଏବଂ ଛତର ଯାତ୍ରା ହୋଇଥାଏ। ଏହି ମାଁ ଭଣ୍ଡାର ଘରଣୀ ଙ୍କୁ ମାନସିକ ଧାରୀ ମାନେ ନିଜର ମାନସିକ କରିଥାଆନ୍ତି। ନିଜର ମାନସିକ ପୂରଣ ହେଲେ ଏହି ଦିନ ମାଁ ଭଣ୍ଡାର ଘରଣୀ ଙ୍କୁ ବିଭିନ୍ନ ପ୍ରକାର ଵଳି ଦେଇଥାନ୍ତି । ଏହି ପୂଜା କୁ କିପରି ଶାନ୍ତି ଶୃଙ୍ଖଳା ରେ ପାଳିତ ହେବ ସେଥିପାଇଁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ। ପୂଜା କମିଟିର ସଦସ୍ୟ ମାନେ ମଧ୍ୟ ସହଯୋଗ କରିଥାନ୍ତି। କମିଟି ସଭାପତି ଦିନେଶ ଅଗ୍ରୱାଲ ସମ୍ପାଦକ ପ୍ରଦୀପ ନାଏକ ଅନ୍ୟ ମାନଙ୍କ ମଧ୍ୟ ରେ ସୁବାସ ଅଗ୍ରୱାଲ ଅଜିତ ସାହୁ ଅନିଳ ଅଗ୍ରୱାଲ ନରେଶ ଅଗ୍ରୱାଲ ପ୍ରଦୀପ ନାଏକ ସମେତ ଅନ୍ୟ ସଦସ୍ୟମାନେ ମାନେ ସହଯୋଗ କରିଥିଲେ।

ମେଢ ସାଜ ସାଜସଜ୍ଜା ପାଇଁ ପରଦେଷି ଅଟ୍ସ କାର୍ଯ୍ୟ କର୍ତ୍ତା ମାନେ ମୋଢ ବହୁତ ସୁନ୍ଦର ଭାବରେ ତିଆରି କରିଥିବା ବେଳେ ଲାଇଟ୍ ସାଜସଜ୍ଜା ପାଇଁ ଏସ ଏନ୍ ଟେଣ୍ଡ ହାଉସ ର ସଦସ୍ୟ ମାନେ ବହୁତ ସୁନ୍ଦର ଭାବରେ ସଜାଇଥିଲେ । ଏହି ପୂଜା ରେ କର୍ତ୍ତା ଭାବରେ ନଵିନ ଅଗ୍ରୱାଲ ଏଵଂ ତାଙ୍କ ସହ ପତ୍ନୀ ତୁଲାଇଥିଲେ। ମାଁ ଭଣ୍ଡାର ଘରଣୀ ଙ୍କ ଉପରେ ଲୋକଙ୍କ ଵିଶ୍ଵାସ ଅଛି ମାଁ ଭଣ୍ଡାର ଘରଣୀ ହେଉଛନ୍ତି ପ୍ରତୋକ୍ଷ ଦେଵୀ ଏଣୁ ବହୁ ଦୂର ଦୂରାନ୍ତ ରୁ ଆସି ମାଁ ଙ୍କୁ ଦର୍ଶନ କରିଥାନ୍ତି।