ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ରୀତି ନୀତି ଅନୁଯାୟୀ ଆରମ୍ଭ ହୋଇଛି ଜଗତଜନନୀ ମାଁ ଦୁର୍ଗା ଙ୍କ ପୂଜାର୍ଚ୍ଚନା। ଚଳଞ୍ଚଳ ହୋଇ ଉଠିଛି ଗାଁରୁ ସହର ।ଜଗତଜନନୀ ମାଁ ଦୂର୍ଗା ଧରାପୃଷ୍ଠୁ କୁ ଆଗମନ କରିଥିବା ବେଳେ ଭକ୍ତ ମଧ୍ୟରେ ଦେଖାଦେଇଛି ଅନେକ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।

ଦଶହରା ପାଇଁ ଜିଲ୍ଲାର ପ୍ରମୁଖ ଦେବୀ ପୀଠ ମାନଙ୍କରେ ଲାଗିରହିଛି ଭକ୍ତଙ୍କ ଭିଡ଼।ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ ଙ୍କ ପୀଠର,ମାହେଶ୍ୱରୀ ,ଗେହ୍ନା ମା,ଖମ୍ବେଶ୍ୱରୀ,ସମଲେଶ୍ଵରୀ ମନ୍ଦିର ମାନଙ୍କରେ ମଧ୍ୟ ପୂଜାର୍ଚ୍ଚନା ସମ୍ପର୍ଣ୍ଣ ହୋଇଛି। ଜିଲ୍ଲାର କୋଣ ଅନୁକୋଣର ବିଭନ୍ନ ପୂଜା ମଣ୍ଡପ ରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ବେଶ୍ ଧୁମ ଧାମ ରେ ପାଳନ ହେଉଛି।

ଅନେକ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ସାଂଗକୁ ସୁସଜିତ ମେଢ଼ ରେ ପୂଜା ପାଇଛନ୍ତି ଦୂର୍ଗେ ଦୁର୍ଗତି ନାସିନି ମାଁ ଦୂର୍ଗା।ହରଭଙ୍ଗା ବ୍ଲକ ର ପୁରୁଣାକଟକ, ଚାରିଛକ, ତିଲେଶ୍ୱର,ଆଣେଣି ଗଡ଼, ଲୁଣିବାହାଲ, ଧଳପୁର, ରାମଗଡ, କୋଇଲିସୁତା, ହରଭଙ୍ଗା, କୁସଙ୍ଗ, ଛତ୍ରଙ୍ଗ ପ୍ରତ୍ୟେକ ପୂଜା ମଣ୍ଡପରେ ଲୋକଙ୍କ ପାଇଁ ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଓ ହରଭଙ୍ଗା ଓ ପୁରୁଣାକଟକ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ନିୟନ୍ତ୍ରଣ ବ୍ୟବସ୍ତା କରାଯାଇଛି!