
ଜଗନ୍ନାଥପ୍ରସାଦ :୨୮/୧୦(ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ରେ ସରପଞ୍ଚ ନିର୍ବାଚନ କରିବା ପାଇଁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଦାବି ହୋଇଛି । ଗତ ମେ ମାସ ରେ କୁଡୁତାଇ ପଂଚାୟତ ସରପଞ୍ଚ ସନତ ପ୍ରଧାନ ଭୁଁଇ କରୋଡ଼ା ଆକ୍ରମଣ ରେ ମୃତ୍ୟୁ ଘଟିବା ପରେ ପଞ୍ଚାୟତ ମୁରବି ବିହୀନ ହୋଇପଡିଛି । ଯାହାଫଳରେ ପଞ୍ଚାୟତ ବାସୀଙ୍କ ଦୁଃଖ ବୁଝିବାକୁ କେହିନାହିଁ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟ ବାସୀ ।
ପଞ୍ଚାୟତ ରେ କିଛି ମୁଷ୍ଟିମେୟ ଗୋଷ୍ଠି ସରପଞ୍ଚ ଙ୍କ ଅନୁପସ୍ଥିତିରେ ପଞ୍ଚାୟତ ର ଗ୍ରାମରୋଜଗାର ସେବକ ଓ ନିର୍ବାହୀ ଅଧିକାରୀଙ୍କୁ ହାତ କରି ବିଭିନ୍ନ ଯୋଜନାର ହରିଲୁଟ କରୁଥିବା ଅଭିଯୋଗ ଆସିଛି ।
ଏବେ ପଞ୍ଚାୟତ ନାଏବ ସରପଞ୍ଚ ଙ୍କ ଦାୟିତ୍ୱରେ ପଂଚାୟତ ପରିଚାଳନା ହେଉଛି ହେଲେ ଏହାକୁ ନାପସନ୍ଦ କରୁଛନ୍ତି ପଂଚାୟତ ବାସୀ । ତୁରନ୍ତ ସରକାର ଏହି ପଞ୍ଚାୟତ ପ୍ରତି ନଜର ଦେଇ ସରପଞ୍ଚ ଉପନିର୍ବାଚନ କରିବା ପାଇଁ ଦାବି ଜଣାଇଛନ୍ତି । ତୁରନ୍ତ ଏଥି ପ୍ରତି ନଜର ନଦେଲେ ଆଗାମୀ ଦିନରେ ସମଗ୍ର ପଞ୍ଚାୟତ ବାସୀ ଏକାଠି ହୋଇ ବଡଧରଣର ଆନ୍ଦୋଳନ, ରାସ୍ତାରୋକ ଭଳି ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବ ବୋଲି କୁହାଯାଇଛି