
ହରଭଙ୍ଗା:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୂର ଠାରେ ଔଷଧୀୟ ବୃକ୍ଷ ଉଦ୍ୟାନ ଓ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତ ରାଜ,ପାନୀୟ ଜଳ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ କର କମଳରେ ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ ହୋଇଯାଇଛି।
ଏଥିରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କ ସମେତ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପ,୭ ନଂ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ACF ଆଶିଷ କହ୍ନର, ଅର୍ଚନା ଗମାଙ୍ଗ, ମିନାକ୍ଷୀ କୁମରା,ଙ୍କ ସହିତ ଫରେଷ୍ଟର ଆଶିଷ ଦିଗାଲ, ପ୍ତାକାଶ ପ୍ରଧାନ, ଅଭିମନ୍ୟୁ ମହାନ୍ତି,ସ୍ୱାଧୀନ ସାମଲ, ଗୋବର୍ଦ୍ଧନ ମେହେର ଓ ଫରେଷ୍ଟ ଗାର୍ଡ ଉପସ୍ଥିତ ରହି ଔଷଧୀୟ ବୃକ୍ଷ ରକ୍ତ ଚନ୍ଦନ, ନାଗେଶ୍ୱର, ନିମ୍ବ, ହରିଡ଼ା, , ଅଉଁଳା, ଅଶୋକ, ବେଲ ଆଦି ଲଗାଇ ଥିଲେ!
ଏହି ଔଷଧୀୟ ଉଦ୍ୟାନ ରେ ୫୧ ପ୍ରଜାତିର ଔଷଧୀୟ ୨୫୦୦ ସହ ବୃକ୍ଷ ରୋପଣ କରିବାର ଥିବା ନେଇ ବୌଦ୍ଧ ଜିଲ୍ଲା ବନ ବିଭାଗ ଅଧିକାରୀ ଦେବ ପ୍ରିୟ କମ୍ପୋ ସୂଚନା ଦେଇଛନ୍ତି