
ଭୁବନେଶ୍ବର /କଳାହାଣ୍ଡି :ଏଇ ଓଡିଶା ଓ ଏଲ୍ ଏନ୍ ଟିଭି ନେଟ୍ଵାର୍କ୍ ର ଏକ୍ଜିକ୍ୟୁଟିଭ ଏଡିଟର ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ନେଗୀଙ୍କ ମାତୃ ବିୟୋଗ ହୋଇଛି l ଜଣାଶୁଣା ଡାକ୍ତର ସ୍ବର୍ଗତ ଜଗଦାନନ୍ଦ ନେଗୀଙ୍କ ଙ୍କ ଧର୍ମପତ୍ନୀ ତଥା ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ନେଗୀଙ୍କ ମା ଅହଲ୍ୟା ନେଗୀଙ୍କ 92 ବର୍ଷ ବୟସରେ ଦେହାନ୍ତ ହୋଇଛି l ଗୁରୁବାର ରାତ୍ର ୧୧ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଷ୍ଟାଡିୟମ ସମ୍ମୁଖ ସ୍ଥିତ ତାଙ୍କ ବାସ ଭବନରେ ଦେହାନ୍ତ ହୋଇଥିଲା l ଦେହାନ୍ତ ସମୟରେ ତାଙ୍କ ନିକଟରେ ଚାରି ପୁଅ ସୁରେନ୍ଦ୍ର, ନରେନ୍ଦ୍ର, ଜିତେନ୍ଦ୍ର, ଶୈଳେନ୍ଦ୍ର ଏବଂ ପୁଅ ବୋହୁ ରଂଜିତା, ସାରଦା, ସୁନିତା ଏବଂ ଶ୍ରଦ୍ଧାଞ୍ଜଳି ଉପସ୍ଥିତ ଥିଲେ l
ଶୁକ୍ରବାର ସକାଳେ ସ୍ଥାନୀୟ ତାରିଣୀ ମନ୍ଦିର ନିକଟସ୍ଥ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା l ଅନ୍ତିମ ଯାତ୍ରା ସମୟରେ ଶବlଧାରରେ ଶ୍ମଶାନ ଯାଏ ଅନେକ ଜଣାଶୁଣା ଲୋକେ ସାମିଲ ହୋଇଥିଲେ l ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ l ଏହି ଖବର ପ୍ରଚାରିତ ହେବା ପରେ ଆତ୍ମୀୟ ସ୍ୱଜନ ଏବଂ ବନ୍ଧୁ ପରିଜନଙ୍କ ମହଲରେ ଶୋକରଛାୟା ଖେଳି ଯାଇଛି l ଅନେକ ଜଣାଶୁଣା ଓ ବିଶିଷ୍ଟ ବ୍ୟକ୍ତି ଶୋକ ବାର୍ତ୍ତା ପଠାଇଛନ୍ତି l
କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଜଗନ୍ନାଥ ମୁଣ୍ଡ, ଭବେନ୍ଦ୍ର ପଣ୍ଡା, ସତ୍ୟନାରାୟଣ ମହାପାତ୍ର,ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ରାଜନେତା ପ୍ରମୋଦ କୁମାର ପଟ୍ଟନାୟକ,ଓଡିଶା ଅଲିମ୍ପିକ ଆସୋସିଏସନର ସଭାପତି ଜଗ ମୋହନ ପଟ୍ଟନାୟକ,କଳାହାଣ୍ଡି ବଡି ବିଲ୍ଡିଙ୍ଗ୍ ଆସୋସିଏସନର ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ପେଷାଦାର ସମ୍ବାଦିକ ସଙ୍ଘର ସଭାପତି ରଜନୀ ରଜନୀକାନ୍ତ ମିଶ୍ର ପ୍ରମୁଖ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକାକୁଳ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି l