
ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ସାଧାରଣରେ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର “ବସୁଧା”ଯୋଜନାରେ କୋଟି କୋଟି ଅର୍ଥ ଖର୍ଚ୍ଚ କରି ପାନୀୟ ଜଳ କୁ ଘରେ ଘରେ ଯୋଗାଇବାର ବ୍ୟବସ୍ଥା କରିଛନ୍ତି!କିନ୍ତୁ ବହୁ ସ୍ଥାନରେ ଏହି ବସୁଧା ଯୋଜନା ବାଟ ବଣା ହେବା ସହ ପାଣି ଥିଲେ ଟାଙ୍କି ନାହିଁ ପୁଣି ବର୍ଷ ବର୍ଷ ଧରି ବହୁ ପlଣି ପମ୍ପ ଅଚଳ, ପାଇପ ଫାଟିବl ଭଳି ବିରଳ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ହରେକୃଷ୍ଣ ପୁର ଗ୍ରାମରେ “ବସୁଧା “ଯୋଜନା ବାଟ ବଣା ହୋଇଥିବାର ଅଭିଯୋଗ ଆସିଛି!ଉକ୍ତ ଗ୍ରାମରେ ବସୁଧା ଯୋଜନାରେ ପ୍ରତି ଘରକୁ ପାଣି ଯୋଗାଇବା ର ସୁ ବନ୍ଦୋବସ୍ତ ଥିଲେ ମଧ୍ୟ ବେଶ କିଛିଦିନ ହେଲା ଗ୍ରାମରେ ଜଳ ଯୋଗାଣ ଠିକ ଭାବରେ ହେଉନ ଥିବା ନେଇ ସରପଞ୍ଚ ଙ୍କୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ସରପଞ୍ଚ ଧ୍ୟାନ ଦେଇନ ଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି!
ସାଧାରଣରେ ଦେଖିବାକୁ ଗଲେ ଏହି ଗ୍ରାମର ବସୁଧା ପାଣି ଯୋଗାଣ ରେ ପାଣି ଠାରୁ ଆରମ୍ଭ କରି, ପାଣି ଟାଙ୍କି, ଟେପ, ପାଇପ ସବୁ ଠିକ ଠlକ ଥିବା ବେଳେ ଗ୍ରାମବାସୀ ଙ୍କୁ ପାଣି ପାଇବାରେ କେଉଁଠି ଅସୁବିଧା ରହିଲା ତାହା ଅନୁସନ୍ଧାନ କଲା ପରେ ବାସ୍ତବ ଘଟଣା ଆଜି ଜଣା ପଡିଛି!ଘଟଣା ଅନୁଯାଇ ଏହି ବସୁଧା ଯୋଜନାରେ ରେ କାର୍ଯ୍ୟରତ ପାଣିପମ୍ପ ଚାଳକ ସିଦ୍ଧେଶ୍ବର ବିଶି ଙ୍କୁ 9ମାସର ଦରମା ମିଳିନଥିବାରୁ ଓ ସିଦ୍ଧେଶ୍ବର ର ଆର୍ଥିକ ପରିସ୍ଥିତି ସୃଦୃଢ଼ ନ ଥିବାରୁ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ କାର୍ଯ୍ୟ ରେ ଲିପ୍ତ ରହିବାକୁ ବାଧ୍ୟ ହେଉଛି ତେଣୁ ଗ୍ରାମକୁ ଜଳ ଯୋଗାଣରେ ଅନିୟମିତତା ଦେଖାଦେଉଥିବାର ଜଣା ପଡିଛି!ଏଠାରେ ସ୍ପଷ୍ଟ ହେଉଛି ଯେ ସବୁ ଠିକ ଥିବା ବେଳେ ଏହି ଗ୍ରାମରେ ପାଣି ଯୋଗାଣ ରେ ଅସୁବିଧା ଟି କଣ?
ଏପଟେ ପାଣି ପମ୍ପ ଚାଳକ ର ୯ ମାସର ଦରମା ବନ୍ଦ ଥିବା ବେଳେ ସେପଟେ ସବୁ ଠିକ ଥାଇ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ!ଏଠାରେ ଜଳ ପରିମଳ ବିଭାଗ ର କାର୍ଯ୍ୟକାରିତା ଉପରେ ସାଧାରଣରେ ଆଙ୍ଗୁଠି ଉଠୁଛି!ତେଣୁ ଏଥି ପ୍ରତି ଜଳ ପରିମଳ ବିଭାଗ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଲେ ବିଚରା ପାଣିପମ୍ପ ଚାଳକ ର ବକେୟା ଦରମା ମିଳିବା ସହିତ ଗ୍ରାମବାସୀ ସରକାରଙ୍କ ମହତ “ବସୁଧା “ଯୋଜନା ରୁ ପାଣି ଠିକ ଭାବେ ପାଇ ପାରିବେ ବୋଲି ଗ୍ରାମବାସୀ ମତ ଦେବା ସହିତ ଯଦି ଏହି ସମସ୍ୟା ର ସମାଧାନ ଖୁବ ଶୀଘ୍ର କରାନଯାଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବୁ ବୋଲି ରୋକ ଠୋକ କହିଛନ୍ତି “