ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ଶିକ୍ଷା ,ସଂସ୍କୃତି କ୍ରୀଡା ଏବଂ ସମ୍ଭାବନାର ସଙ୍ଗମ ସ୍ଥଳ ଓମଭେଲି ବିଦ୍ୟାଳୟ । ଶିକ୍ଷାର୍ଥୀ ଜୀବନର ଅଫୁରନ୍ତ ଉତ୍ସାହର ବାସ୍ତବ ରୂପାୟନ କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ । କ୍ରୀଡାର ଉତ୍ତମ ଭିତ୍ତିଭୂମି ସହିତ ଓମଭେଲି ବିଦ୍ୟାଳୟ ସର୍ବଦା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦେଇଆସିଛି । ସ୍ଫୁର୍ତ୍ତ ଓ ସକ୍ରିୟ ରହିବା ନିମନ୍ତେ ଶିକ୍ଷାର୍ଥୀଙ୍କୁ ଶାରୀରିକ ବ୍ୟାୟାମ ଅନିବାର୍ଯ୍ୟ । ମାନସିକ ସ୍ଥିରତା, ଶାରୀରିକ ସୌଷ୍ଠବ ଏବଂ ନୀରୋଗ ଶରୀର ନିମନ୍ତେ ଶାରୀରିକ ବ୍ୟାୟାମ ଆବଶ୍ୟକ ।
ସି.ବି.ଏସ୍.ଇ ପରିଚାଳିତ ୧୯ ବର୍ଷରୁ କମ୍ ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ କବାଡି ପ୍ରତିଯୋଗିତାରେ ଉପବିଜେତା ଓମଭେଲି ବାଳିକା କବାଡି ଦଳ ଜାତୀୟ ସ୍ତରରେ ଅଂଶଗ୍ରହଣ ନିମନ୍ତେ ପଞ୍ଜାବ ପ୍ରଦେଶର ଲେହେରାଗାଗା ,( ଜିଲ୍ଲା:-ସଙ୍ଗରୁର)କୁ ଯାତ୍ରା କରିଛନ୍ତି ।ଛତିଶଗଡ଼ ରାଜ୍ୟ ମଦର୍ସ ପ୍ରାଇଡ ସ୍କୁଲ,ଦୁର୍ଗଠାରେ ଅନୁଷ୍ଠିତ କ୍ଲଷ୍ଟର୍ ସ୍ତରୀୟ କବାଡି ପ୍ରତିଯୋଗିତାରେ ସୁଶ୍ରୀ ଡ଼ଲି ବାଗଙ୍କ ଅଧିନାୟିକାତ୍ଵରେ ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଅଂଶଗ୍ରହଣ ନିମନ୍ତେ ଯୋଗ୍ୟତା ଅର୍ଜ୍ଜନ କରିଥିଲା ।
୫ ତାରିଖ ରବିବାର ଦିନ ଦଳର ସମସ୍ତ କ୍ରୀଡ଼ାବିତ୍ ସୁଶ୍ରୀ ଅଙ୍କିତା ନାଗ,ସୁଶ୍ରୀ ଡ଼ଲି ବାଗ (ଅଧିନାୟିକା) ,ସୁଶ୍ରୀ ଜୁଲି ବାଗ ,ସୁଶ୍ରୀ କ୍ରିତ୍ତିକା ଯାଦବ ,ସୁଶ୍ରୀ ପ୍ରକୃତି ଭାଟୀ ,ସୁଶ୍ରୀ ପୂଜାସ୍ମିତା ପ୍ରଧାନୀ ,ସୁଶ୍ରୀ ପ୍ରିୟଙ୍କା ସାହୁ,ସୁଶ୍ରୀ ପ୍ରିନ୍ସି ପଟେଲ,ସୁଶ୍ରୀ ଶ୍ରୀତି ଟେଟେ ,ପ୍ରଶିକ୍ଷକ ଡାନିଏଲ ବାରିକ,ଶ୍ରୀମାନ ଜାଟୀ ଏବଂ ଶିକ୍ଷୟିତ୍ରୀ ସୁଶ୍ରୀ ସନ୍ତୋଷିନୀ ବାରିକଙ୍କ ତତ୍ତ୍ଵାବଧାନରେ ଟିଟିଲାଗଡ଼ରୁ ପଞ୍ଜାବ ପ୍ରଦେଶର ସେବା ଆନ୍ତର୍ଜାତିକ ପବ୍ଲିକ ସ୍କୁଲ ଲେହେରାଗାଗା, ଜିଲ୍ଲା ସଙ୍ଗରୁର ଅଭିମୁଖେ ଯାତ୍ରା କରିଛନ୍ତି । ବିଦ୍ୟାଳୟ ତରଫରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟର ପରିଚାଳନା କମିଟିର ଚେୟାର ମେନ ଶ୍ରୀଯୁକ୍ତ ଦୀପକ ସାହୁ,ଏମ ଡି ଶ୍ରୀମତି ବିଭାରାଜ୍ ଗୁପ୍ତା, ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ବର ପ୍ରସାଦ ମିଶ୍ର।