
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ପାହାଡ଼ ଉପରେ ଶହ ଶହ ବର୍ଷ ଧରି ଅବସ୍ଥାନ ସାଙ୍ଗକୁ ଏକ ନିର୍ବା ସୀତ ଜୀବନ ବଞ୍ଚି ଆସୁଥିବା ଆଦିବାସୀଙ୍କ ପାଇଁ ନିରାପଦ ମାତୃତ୍ଵ ଏବେବି ସ୍ବପ୍ନ ପାଲଟିଛି|ଗତ ସୋମବାର ଦିନ ଏକ ଆସନ୍ନ ପ୍ରସବା ର ଗର୍ଭ ଯନ୍ତ୍ରଣା ହେବା ପରେ ପାହାଡ଼ ଉପରୁ ପାଞ୍ଚ କି ମି ଖଟିଆ ରେ ବୁହା ହୋଇ ଆସିବା ଓ ଜଙ୍ଗଲ ପାର୍ଶ୍ବ ରେ ଏକ ଶିଶୁ ପୁତ୍ରକୁ ସେହି ଖଟିଆ ରେ ହିଁ ଜନ୍ମ ଦେବା ଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି|ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ଧନ୍ସୁଳି ପଞ୍ଚାୟତ ର ନଳା ଚୁଆ ଗାଁ|
ସମୁଦ୍ର ପତ୍ତନ ଠାରୁ ୧୫୦୦ଫୁଟଉଚ୍ଚ ଦୁର୍ଗମ ପାହାଡ ଉପରେ ଅବସ୍ଥିତି|ଗତ ସୋମବାର ସକାଳେ ସେହି ଗ୍ରାମର ସୁକ୍ରି ଜାନୀ ର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ପରେ ସମ୍ପର୍କୀୟ ମାନେ ଏକ ଖଟିଆ ରେ ପ୍ରସୂତି କୁ ବୋହି ପାଞ୍ଚ କିଲୋ ମିଟର ରାସ୍ତା ଓହ୍ଲାଇ ବା ପରେ ବାଟରେ ହିଁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା|ଗାଁ କୁ ସଡକ ନ ଥିବାରୁ ଆମ୍ବୁଲାନ୍ସ ପାଖକୁ ଯାଇ ପାରି ବାଟରେ ଅଟକି ରହିଥିଲା|ପରେ ଧନ୍ସଲି ର ସ୍ଵାସ୍ଥ୍ୟ କର୍ମୀ ମାନେ ମଧ୍ୟ ପ୍ରସୂତି ପାଖରେ ପହଞ୍ଚି ଆମ୍ବୁଲାନ୍ସ ରେ ପ୍ରସୂତି ଜୟପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ|
ଏବେ ଉଭୟଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି|ଏତିକିରେ ଏହି ଗ୍ରାମର ଦୁର୍ଦ୍ଦଶା ସରି ଯାଉ ନାହିଁ|ପ୍ରକୃତି କୋଳରେ ୧୫୦ବର୍ଷ ଧରି ଜୀବନ ଧାରଣ କରିଆସୁଥିବା ମଣିଷ ଙ୍କ ପାଇଁ ଚଲା ବାଟ ଖଣ୍ଡିଏ ତ ଦୂରର କଥା ପାନୀୟ ଜଳ ମଧ୍ୟ ଏମାନଙ୍କ ପାଇଁ କଷ୍ଟ ଦେଇ ଆସୁଛି|ଗତ ଫେବୃଆରୀ ୨୬ତାରିଖ ରବିବାର ଦିନ ଠିକ୍ ଏହିପରି ଲଳିତା ଜାନୀ ଘରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲା|ସେତିକି ବେଳେ ଧନ ସୁଳୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସମେତ ଗାଁ ରେ ପହଞ୍ଚି ପ୍ରସୂତି ର ଚିକିତ୍ସା ଆରମ୍ଭ କରିଦେଇଥିଲେ|
ଅବସ୍ଥା ଗୁରୁତର ହେବାରୁ ଏକ ଖଟିଆ ଯୋଗେ ତଳକୁ ଓହ୍ଲାଇ ଥିଲେ|ପାହାଡ଼ ତଳକୁ ପହଞ୍ଚି ପ୍ରସୂତି ଚେତା ହରାଇ ବା ପରେ ଜରୁରୀ କାଳୀନ ସେବା ଦେଇ ୧୦୮ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା|ସେଠାରେ ପୁଣି ଏକ ମୃତ ଶିଶୁ କନ୍ୟା ଜନ୍ମ ଦେଇଥିଲା|ମୁହଁରେ ପ୍ରତିକ୍ରିୟା ର ଶବ୍ଦ କହି ପାରୁ ନ ଥିବା ଏହି ସରଳ ଆଦିବାସୀ ମାନଙ୍କ ନୈତିକ ଅଧିକାର ପ୍ରତି ସରକାର କେବେ ସଜାଗ ହେବେ ତାହା ଦେଖିବାର ବେଳ ଆସିଛି|