ଢେଙ୍କାନାଳ :ଦକ୍ଷିଣ କାଳି ରୋଡ ସ୍ଥିତ ମା ଦକ୍ଷିଣ କାଳି ଙ୍କ ମନ୍ଦିର ରେ କାଳି ପୂଜା ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମା ଙ୍କୁ ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲ ହାର ରେ ମା ଙ୍କୁ ସୁସଜ୍ଜିତ କରାଯାଇଥିଲା ଓ ବିଭିନ୍ନ ପ୍ରକାରର ଭୋଗ ରାଗ ଲାଗି କରାଯାଇଥିଲା।

ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟାରେ ଆଳତି ରାତ୍ରରେ ମା ଙ୍କର ମଣ୍ଡଳ ପୂଜା ,ଷୋଡ଼ଶ ଉପଚାର ପୂଜା ସପ୍ତ ଚଣ୍ଡୀ ପାଠ , ସପ୍ତ ଚଣ୍ଡୀ ଆହୁତି ରାତ୍ରରେ କରାଯିବ । ବିଭିନ୍ନ ପ୍ରକାରର ଭୋଗ ରାଗ ଲାଗି ପାଣି କଖାରୁ ବଳୀ ଦିଆଯିବ ।

ପଣ୍ଡିତ ମାନଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରାଯିବ । ମା ଙ୍କ ପାଖରେ ଭକ୍ତ ମାନେ ବିଭିନ୍ନ ଭୋଗ ରାଗ ନେଇ ପୂଜା ଅର୍ଚ୍ଚନା କରୁଛନ୍ତି । ମନ୍ଦିର ପୂଜକ ବୁଲୁ ବାବା ପୂଜା ଅର୍ଚ୍ଚନା କରିଥିଲେ ।