ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ସୁରଭି ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା H,H,S ଛାତ୍ରୀ ଅନୁପମା ମାଝୀ ଏଵଂ ଵଗାଡ ଉପ ପ୍ରାମେରୀ ବିଦ୍ୟାଳୟ ଛାତ୍ରୀ ତପସ୍ଵିନୀ ନାଏକ । ଧର୍ମଗଡ଼ ତା ୧୨/୧୧/୨୩ ରାଜ୍ୟ ସରକାର ଙ୍କ ପକ୍ଷରୁ ଆୟୋଜିତ କ୍ଳଷ୍ଟରସ୍ତରିୟ ବ୍ଳକ ସ୍ତରୀୟ ଏଵଂ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମିଲେଟ କଳା ଉତ୍ସଵ ର ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା ମହିଲା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ ଅନୁପମା ମାଝୀ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତର କୁ ମନେନିତ ହୋଇଛନ୍ତି।

ସୁଶ୍ରୀ ଅନୁପମା ମାଝୀ ପ୍ରଥମେ କଷ୍ଟର ସ୍ତରରେ ଆୟୋଜିତ ସୃଜନାତ୍ମକ ଲିଖନ ଥିଲେ। ଵ୍ଳକ ସ୍ତରୀୟ ଆୟୋଜିତ ସୃଜନାତ୍ମକ ପ୍ରତିଯୋଗୀତା ରେ ଅନୁପମା ମାଝୀ ପ୍ରଥମ ସ୍ଥାନ ଅଧିକାର ହାସଲ କରି ଜିଲ୍ଲା ସ୍ତରୀୟ କୁ ମନୋନୀତ ହୋଇଥିଲେ ସେହିପରି ଜିଲ୍ଲା ସ୍ତରରେ ଆୟୋଜିତ ସୃଜନାତ୍ମକ ଲିଖନ ପ୍ରତିଯୋଗିତା ଅଂଶଗ୍ରହଣ କରି ଅନୁପମ ମାଝୀ ମଧ୍ୟ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହେଇଛନ୍ତି।

ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ରାଜ୍ୟ ସ୍ତରୀୟ ସୃଜନାତ୍ମକ ପ୍ରତିଯୋଗୀତା ରେ ଭାଗ ନେବାକୁ ଭୁବନେଶ୍ୱର ଆଜି ଗସ୍ତ କରିବେ ଵେଲି ଧର୍ମଗତ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ସୂଚନା ଦେଇଛନ୍ତି ଏହି ସଫଳତାରେ ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ଅଧ୍ୟାପକ ଏଵଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନେ ଖୁସି ଵ୍ୟକ୍ତ କରିଛନ୍ତି। ସେହିପରି ଵଗାଡ ଉପ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ତପସ୍ଵିନୀ ନାଏକ M,D,M ଆର୍ଟ ରେ ପ୍ରଥମ ସ୍ଥାନ ହାସଲ କରି ଆଜି ଭୁବନେଶ୍ୱର ଗସ୍ତ କରିବେ ଵେଲି ସ୍କୁଲ ପ୍ରଧାନ ଶିକ୍ଷକ ବିଶ୍ଵଜିତ ବେହେରା ସୂଚନା ଦେଇଛନ୍ତି ଏହି ସଫଳତାରେ ତାଙ୍କ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ଵ୍ୟକ୍ତ କରିଥିଲେ। ସେହିପରି ଵି,ଓ , ଵି,ଆର, ସି,ସି ଏଵଂ କାଶିବାହାଳ ସି, ଆର୍,ସି,ସି ରାଜେନ୍ଦ୍ର ଦୁରୀଆ ଓ ଧର୍ମଗତ ସି, ଆର୍,ସି,ସି ସୁଧନ୍ୟ ମେହେର ମଧ୍ୟ ଏହି ସଫଳତା କୁ ଖୁସି ଵ୍ୟକ୍ତ କରିଛନ୍ତି।