କେସିଙ୍ଗା:୧୩/୧୧(ପ୍ରିତେଶ ପଟେଲ୍ )ଆୟୋଜକ କମିଟି ତରଫ ରୁ ଜାତୀୟ ସ୍ତରର ହେଉଥିବା ବୁଢା ଡଙ୍ଗର ଲକୋ ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ଓ ୨୫ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ଓ ସ୍ବେଛାସେବୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ପ୍ରକାଶ କରିଛି ।ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ଅଧକ୍ଷତା ରେ ଶନିବାର ଦିନ ଅନୁଷ୍ଠାନ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି।ଦୁଇ ଦିନ ଧରି ହେବାକୁ ଥିବା ଏହି ଉତ୍ସବ ରେ ରାଜ୍ୟ ତଥା କେନ୍ଦ୍ର ର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଜିଲ୍ଲା ର ବିଭିନ୍ନ ପ୍ରଶାସନିକ ଅଧିକାରୀ ଙ୍କୁ ଅତିଥି ଭାବରେ ଯୋଗଦାନ କରିବା ପାଇଁ ଅନୁରୋଧ କରାଯିବା ସ୍ଥିରୀକୃତ ହୋଇଛି।

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସ୍କୁଲ ଓ କଲେଜ ସ୍ତର ରେ ବିଭିନ୍ନ ପ୍ରତିଯୋଗିତା,ଏକକ ଲୋକ ସଙ୍ଗୀନ ପ୍ରତିଯୋଗିତା,ଦଳ ଗତ ନୃତ୍ୟ ପ୍ରତିଯୋଗୀତା,ଓ ଅନ୍ୟାନ୍ୟ ପ୍ରତିଯୋଗିତା ଶହ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ର ଆୟୋଜନ ହେବାର ସ୍ଥିରୀକୃତ ହୋଇଛି। ସବୁ ବର୍ଷ ଭଳି ଏ ବର୍ଷ ବି ବିଭିନ୍ନ କ୍ଷେତ୍ର ରେ ପ୍ରତିଭାବାନ ବ୍ୟକ୍ତି ଓଜିଲ୍ଲା ରୁ ବିଭିନ୍ନ ପ୍ରଶାସନିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ବ୍ୟକ୍ତି ଙ୍କୁ ସମ୍ମାନିତ କରାଯିବ। ଲୁକାଇତ ପ୍ରତିଭା ମୁ ସାମନା କୁ ଆଣିବା ପାଇଁ ଏଥର ପ୍ରଥମ କରି ଏକ ଟେଲେଣ୍ଟସର୍ଚ୍ଚ ପ୍ରତିଯୋଗିତା କରାଯିବ।ଯେଉଁ ଥିରେ ସାଂସ୍କୃତିକ କ୍ଷେତ୍ରରେ ଭଲ ପାର ଦର୍ଶିତା ଥିବା ପ୍ରତିଯୋଗୀ ଅଂଶ ଗ୍ରହଣ କରି ପାରିବେ ଅନୁଷ୍ଠାନ ନିଷ୍ପତ୍ତି ନେଇଛି ।

ସେହିପରି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ସହଯୋଗ ରେ ଏଥର ବି ବିଭିନ୍ନ ସାଂସ୍କୃତିକ ଦଳ ଙ୍କୁ ଡକାଯିବ ଶହ ଦୁଇ ଦିନ ଧରି ଷ୍ଟାର ନାଇଟ ଓ ସିନେମା ଜଗତ ର ଅଭିନେତା ଓ ଅଭିନେତ୍ରୀ ଙ୍କୁ ଡାକିବା ପାଇଁ ନିଷ୍ପତ୍ତି ହୋଇଛି ।ସବୁ ବର୍ଷ ଭଳି ସାଂସ୍କୃତିକ ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ ଙ୍କୁ ସାମିଲ କରିବା ନିଷ୍ପତ୍ତି ହୋଇଛି।ଏଥିପାଇଁ ବିଭିନ୍ନ ସବ କମିଟି ଗଠନ ହୋଇଛି।ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ।ଅନୁଷ୍ଠାନ ର ଉପଦେଷ୍ଟା କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଉପସ୍ଥିତ ରହି ଉତ୍ସବ ର ରୂପ ରେଖ ଉପରେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର କୋଷାଦକ୍ଷ ବିକ୍ରମ ବାରିକ,ପ୍ରମୋଦ ଦାସ,ରମେଶ ଜେନା,ସୁଶ୍ରୀ ରୁବି ଚୌଧୁରୀ, ସୁରେଶ ମହାନନ୍ଦ,ମୋହିନ ସାହା, ପ୍ରମୋଦ ସାହୁ,ସଂଗ୍ରାମ ବାରିକ,କମ୍ବୁପାଣି ବାଗ,ସଂଯୁକ୍ତା ପାଢ଼ୀ, ଜ୍ଞାନେନ୍ଦ୍ର ଭୋଇ,ଜାଦେବେନ୍ଦ୍ର ସାହା, ଡ଼ ହରେକୃଷ୍ଣ ଧଳ,ସିଲୁ ବାରିକ,ଦୁର୍ଗା ପାଢ଼ୀ, ସୁକଦେଵ ଭୋଇ,ପ୍ରଶ୍ନନ ମହାନ୍ତି, କବିତା ପାଣିଗ୍ରାହୀ, ସଞ୍ଜୟ ମହାନ୍ତି, କୁଞ୍ଜ ବିହାରୀ ସାହୁ,ବର୍ଷା,ଅଜୟ ଜେନା। ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।