
ଭୁବନେଶ୍ଵର ବ୍ୟୁରୋ:ଏଥର ସ୍ୱର୍ଗଦ୍ୱାରରେ ଶବଦାହ ସହଜ ହେବ। ଆଉ ପଞ୍ଜିକରଣ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡିବନାହିଁ। ଘରେ ଥାଇବି ଆଗୁଆ ଶବଦାହ ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ସ୍ୱର୍ଗଦ୍ୱାରରେ ମିଳୁଥିବା ସମସ୍ତ ସୁବିଧା ସମ୍ପର୍କରେ ସହଜରେ ଜାଣିପାରିବେ। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରଥମ ଥର ସ୍ଵର୍ଗଦ୍ଵାର ୱେବସାଇଟ ଲଞ୍ଚ କରାଯାଇଛି।
ଏହି ୱବସାଇଟରେ ତିନୋଟି ଭାଷାରେ ସୂଚନାମିଳିବ। ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ସ୍ଵର୍ଗଦ୍ଵାରର ନୂତନ ୱେବସାଇଟ ସ୍ଵର୍ଗଦ୍ଵାର ଡ଼ଟ୍ କମ୍ ,swargadwar.com କୁ ଲୋକାର୍ପଣ କରାଯାଇଛି।ଏକ ନିରାଡ଼ମ୍ବର ପରିବେଶ ମଧ୍ୟରେ ସ୍ଵର୍ଗଦ୍ଵାର ପରିସରରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଓଡ଼ିଆ ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ରହିଥିବା ବେଳେ ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁଥିବା ହିତାଧିକାରୀ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ। ଏଥି ସହିତ ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ ମଧ୍ୟ ପ୍ଲେ ଷ୍ଟୋର ମାଧ୍ୟମରେ ଉପଲବ୍ଧ ହେବ ବୋଲି ସ୍ୱର୍ଗଦ୍ୱାର ସେବାସମିତି ସମ୍ପାଦକ ଭବତାରଣ ସାହୁ ସୂଚନା ଦେଇଛନ୍ତି।