ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରର ପରିଚିତ ଏସସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତି ଅତି ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଯୋଜନା ଓ ସମନ୍ବୟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ଏସସିଡି ଚକ୍ଷୁ ଚିକିତ୍ସାଳୟର ଅଧିକାରି ମାନେ ସ୍ୱାଗତ କରିବା ସହ ତାଙ୍କୁ ସଭା ସ୍ଥଳକୁ ପାଛୋଟି ଆଣିଥିଲେ।

ଏସ ସିଡି ସେଣ୍ଟରର ଭିନ୍ନକ୍ଷମ ଛାତ୍ର ମାନେ ଅତି ସୁନ୍ଦର ବାଦ୍ୟ ପରିବେଷଣ କରି ମଧ୍ୟ ଅତିଥିଙ୍କୁ ସ୍ୱାଗତ କରିବା ଅତିଥିଙ୍କ ମନ ମୋହି ନେଇଥିଲା। ଏହାପରେ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ମୁଖ୍ୟ ଅତିଥି ମାନଙ୍କ ସହ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ,ଚକ୍ଷୁ ଚିକିତ୍ସାଳୟର ସମ୍ପାଦିକା ଶ୍ରୀମତୀ ଅଞ୍ଜଳି ବେହେରା, ସଂସ୍ଥାର ସଭାପତି ନକୁଳ ବାଗ, କୋଷଧକ୍ଷ ତାପସ ମହାରଣା, ପ୍ରୋଜେକ୍ଟ ଡାଇରେକ୍ଟର ମୋହିତ ମୋହନ ଦାସ ମଞ୍ଚାସିଁନ ଥିଲେ। ପ୍ରଥମେ ଅତିଥିଙ୍କ ଦ୍ବାରା ଦ୍ବୀପ ପ୍ରଜ୍ବଳନ କରିବା ପରେ ସୌଭେନର ଉନ୍ମୋଚନ ହୋଇଥିଲା।

ଏହାପରେ ସ୍ୱାଗତ ସଙ୍ଗୀତ ଗାନ କଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭା ପରିଚାଳନା କରିଥିଲେ ସଭାପତି ନକୁଳ ବାଗ। ଏହି ଅବସରରେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ନିଜର ବକ୍ତବ୍ୟ ପ୍ରଦାନ କରି ଏସସିଡି ଚକ୍ଷୁ ଚିକିତ୍ସାଳୟର ଅବଦାନ ବିଷୟରେ ଆଲୋକପାତ କରିବା ସହ ତାଙ୍କର ସେବା ପ୍ରଦାନ କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଏହି ଅବସରରେ ଏସସିଡିର ଶୁଭ ଚିନ୍ତକ ଭାବରେ ଶ୍ରୀ ବିଭାସ କୁଣ୍ଡୁ, ପ୍ରତିଷ୍ଠିତ ଓକିଲ ସତ୍ୟ ନାରାୟଣ ସାହୁ, ଲାୟନସ କ୍ଲବ ସଭାପତି ଶ୍ରୀ ସନ୍ତୋଷ ମହାନ୍ତିଙ୍କୁ ସମ୍ବର୍ଧନା ପ୍ରଦାନ କରଯାଇଥିଲା। ଉପସ୍ଥିତ ଅତିଥି ମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ବିଜେଡି ନେତା ପ୍ରେମ ଚାନ୍ଦ ଜୈନ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବିଜେଡି ନଗର ସଭାପତି ଶ୍ରୀ ରଣଜିତ୍ ପୃଷ୍ଟି, ରାଜ୍ୟ କାର୍ଯ୍ୟକାରୀ ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ବିରବର୍ ସାହୁ, ଟିଟିଲାଗଡ ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀମତି ପୁଷ୍ପା ମଞ୍ଜରି ଜାଲ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନ୍, ଈଶ୍ୱର ଜୈନ, ଗୋପାଳ ଲାଠ, ଲଳିତା ଲାଠଙ୍କ ସମେତ ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଚକ୍ଷୁ ଚିକିତ୍ସାଳୟର ପ୍ରୋଜେକ୍ଟ କୋର୍ଡିନେଟର ଅମିତାଭ ବେହେରା, ଫିଲ୍ଡ କୋର୍ଡିନେଟର ସଇଲେନ୍ଦୁ ନନ୍ଦ , ପରେସ ବାଗ, ପ୍ରଦୀପ ଯୋଶୀ, ପ୍ରାଣ ରଞ୍ଜନ ସାଗର, ସୁମିତ ପ୍ରଧାନ ଓ କର୍ମଚାରୀ ଗଣ ସହଯୋଗ କରିଥିଲେ । ଶେଷରେ କୁନି କୁନି ପିଲା ମାନଙ୍କ ଦ୍ଵାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା।