କଳାହାଣ୍ଡି:( ନରେନ୍ଦ୍ର ନେଗୀ)ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଦ୍ବିଦିବସୀୟ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ବିଧାୟକ , ସମ୍ମାନିତ ଅତିଥି ଭାବରେ ପ୍ରଦୀପ କୁମାର ଦିଶାରୀ , ବିଧାୟକ ଲାଞ୍ଜିଗଡ , କିଶୋର ଚନ୍ଦ୍ର ପ୍ରଧାନୀ, ସଭାପତି , ଓମଫେଡ଼ ,ମ ସରିଫ ଅହମଦ ମତ୍ସ୍ୟ ବିଶେଷଜ୍ଞ, ଅରୁଣ କୁମାର ବେହେରା ମତ୍ସ୍ୟ ଉପନିର୍ଦେଶକ , କଳାହାଣ୍ଡି ଅମିତାଭ ପଣ୍ଡା, ପ୍ରମୁଖ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର , ଭବାନୀ ପାଟଣା ଯୋଗଦାନ କରିଥିଲେ ।

ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା: ହେମନ୍ତ କୁମାର ପ୍ରଧାନ ସ୍ଵାଗତ ଭାଷଣ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଉପରେ ଅବଗତ କରାଇଥିଲେ । ଦ୍ରୌପଦୀ ମାଝୀ ଜିଲ୍ଲା ମତ୍ସ୍ୟ ଅଧିକାରୀ , କଳାହାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ୧୩  ଗୋଟି ବ୍ଲକ ରୁ ଅଗ୍ରଣୀ ଚାଷୀ ଓ ମହିଳା ସହାୟିକା ଗୋଷ୍ଠୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ବୋର୍ଡା ଗ୍ରାମ ପଞ୍ଚାଯତର ୯  ଜଣ ଗାଇଚାଷୀଙ୍କୁ ଗାଇଗୁହାଳ ନିର୍ମାଣ ନିମନ୍ତେ କାର୍ଯ୍ୟ।ଦେଶ ପ୍ରଦାନ କରାଯାଇଥିଲା । ମାଛ ପରିବହନ ନିମନ୍ତେ ତିନି ଓ ଚାରି ଚକିଆ ଯାନ ନର୍ଲା ବ୍ଲକର ମା ସୁବର୍ଣ୍ଣଗ୍ରାହୀ ଓ ମା ବସ୍ତରେନ ମହିଳା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଅଗ୍ରଣୀ ବlୟୋଫ୍ଲକ ମାଛଚାଷୀ ସୁଲୋଚନା ପଟେଲ କୋକସରା , ଅଗ୍ରଣୀ ଜାଆଁଳ ଚାଷୀ ଆଶିଷ କୁମାର ମୁଣ୍ଡ ଭବାନୀପାଟଣା , ଅଗ୍ରଣୀ ଗୋପାଳକ ରାଜୀବ ଲୋଚନ ବିଶ୍ଵାଳ ଭବାନୀପାଟଣା ଓ କନକଦୂର୍ଗା ମହିଳା ଗୋଷ୍ଠୀଙ୍କୁ ଅଗ୍ରଣୀ କୁକୁଡା ଚାଷୀ ହିସାବରେ ସମ୍ବର୍ଦ୍ଧିତ କରଯାଇଥିଲା । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଡା: ତେଜସ୍ଵିନୀ ସାହୁ ଓ ଡା: ସୁଦେବୀ ଭଞ୍ଜ ସୁଚାରୁରୂପେ ପରିଚାଳନା କରିଥିଲେ । ଜିଲ୍ଲା କଳା ସଂସ୍କୃତି ଅନୁଷ୍ଠାନ ତରଫରୁ ଅପରାହ୍ନରେ ସରକାରଙ୍କ ଯୋଜନା ସମ୍ବନ୍ଧିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିଭିନ୍ନ ବିଭାଗୀୟ ଅଧିକାରୀ , ଡି ଆଇ ପି ଆର ଓ ମନୋଜ କୁମାର ବେହେରା,ପ୍ରାଣୀ ସମ୍ପଦ ବିଭାଗର କର୍ମକର୍ତ୍ତା ଡା: ଅଶୋକ କୁମାର ପଣ୍ଡା , ଡା: ପ୍ରଭାତ କୁମାର ପରିଡା , ଡା: ଦୀପକ ବେଉରା , ଡା: କେଦାରନାଥ ଖମାରୀ , ମତ୍ସ୍ୟ ବିଭାଗର ପ୍ରଶାନ୍ତୀ ନାୟକ , ପ୍ରଦୀପ କୁମାର ଘୋଷ , ଲିମନ ଚନ୍ଦ୍ରାକର , ବ୍ରହ୍ମପ୍ରକାଶ ପୃଷ୍ଟି , ମାନବେଶ ମହାପାତ୍ର , ଦେବବ୍ରତ ନାୟକ , ଅଳକା ତାଣ୍ଡି ,ବନ୍ଦନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।