ଧର୍ମଗଡ଼ : (ହେମନ୍ତ କୁମାର ମାଝୀ ) ସ୍ବତନ୍ତ୍ର ରାଜ୍ୟମାନ୍ୟତା ଦାବିରେ ଆଜି କୋସଲ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ୧୨ ଘଣ୍ଟିଆ କୋସଲ ମହାବନ୍ଦ ଡାକରା ଦିଆ ଯାଇଛି ଏହା କୁ ସମର୍ଥନ କରି କଳାହାଣ୍ଡି ଜିଲ୍ଲାରେ ପାଳନ କରୁଛି l

ଏହି ବନ୍ଦର ପ୍ରଭାବରେ ଜିଲ୍ଲାରେ ଜରୁରୀ କାଳୀନ ସେବା କୁ ବାଦ ଦେଲେ ସମସ୍ତ ସ୍କୁଲ,କଲେଜ,ବ୍ୟବସାୟିକ ପ୍ରତିଷ୍ଠାନ,ସରକାରୀ,ବେସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ବନ୍ଦ ରହିଛି,ବିଭିନ୍ନ ଛକରେ ପିକେଟିଙ୍ଗ କରି ବନ୍ଦ କରୁଛନ୍ତି ଆନ୍ଦୋଳନକାରି l ବନ୍ଦ କୁ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ,ବ୍ୟବସାୟିକ ସଂଗଠନ,ଓକିଲ ସଙ୍ଘ,ଡ୍ରାଇଭର ସଙ୍ଘ, ଧର୍ମଗଡ ଜିଲ୍ଲା କରିଆନୁଷ୍ଠାନ କମିଟି ବନ୍ଦ କୁ ସମର୍ଥନ କରି ବନ୍ଦ ପାଳନ ରେ ସାମିଲ ହୋଇଛନ୍ତି l