
କଳାହାଣ୍ଡି: ( ନରେନ୍ଦ୍ର ନେଗୀ)ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଶନିବାର ପଶ୍ଚିମ ଓଡିଶା ବନ୍ଦ ପାଳନ କରାଯାଇଛି l କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବାର ଘଣ୍ଟିଆ ବନ୍ଦ କରାଯାଇଛି l ଯାହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି l ଜିଲ୍ଲା ମୁଖ୍ୟlଳୟ ଭବାନୀପାଟଣା ସମେତ, ଧର୍ମଗଡ଼, ଥୁଆମୂଳ ରାମପୁର, କେସିଙ୍ଗା, ନର୍ଲା ଏବଂ ଅନ୍ୟାନ୍ୟ ବ୍ଲକରେ ମଧ୍ୟ ବନ୍ଦ ପାଳନ କରାଯାଇଛି l
କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ସାଗର ରଞ୍ଜନ ଦାସ ଏବଂ ମହମ୍ମଦ ସାହେବଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି l ଶୁକ୍ରବାର ଡlକଵାଜି ଯନ୍ତ୍ର ସାହାଯ୍ୟରେ ୧୨ ଘଣ୍ଟିଆ ବନ୍ଦ ପାଳନକୁ ସଫଳ କରିବାପାଇଁ ପାଇଁ ଜନ ସାଧାରଙ୍କୁ ନିବେଦନ କରାଯାଇଥିଲା l ଶନିବାର ଜିଲ୍ଲାରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ଭବାନୀପାଟଣା ସହରର କଲେଜ ଛକ, ନକଟିଗୁଡା ଛକ, ଘୋଡ଼ାଘାଟ ଛକରେ ମିଳିତ କ୍ରିୟାନୁଷ୍ଠାନ କମିଟିର ସମର୍ଥକ ମାନେ ରାସ୍ତା ଅବରୋଧ କରି ଜୟ କୋଶଲ ନlରlଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଏହି ସବୁ ରାସ୍ତାରେ ଅଖଚକ ବନ୍ଦ କରିଥିଲେ l ସହରର ଦୋକାନ ବଜାର, କଲେଜ,ବିଦ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକୁ ଯାଇ ପିକେଟିଙ୍ଗ କରି ବନ୍ଦ କରିଥିଲେ l ବନ୍ଦ ପ୍ରଭାବରେ ଯାତ୍ରୀ ଓ ଜନ ସାଧାରଣ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା l ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟାନ୍ୟ ଯାନ ବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା l ସେଭଳି ଥୁଆମୂଳ ରାମପୁରରେ ମଧ୍ୟ କମିଟିର ମହାସଚିବ ମନୋରଞ୍ଜନ ନାଏକଙ୍କ ନେତୃତ୍ୱରେ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ କଲେଜ ବିଦ୍ୟାଳୟ ବନ୍ଦ ରହିଥିଲା l ଯାନ ବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା l
ପଶ୍ଚିମ ଓଡିଶାକୁ ବିଭିନ୍ନ କ୍ଷେତ୍ରରେ ସରକାର ଅବହେଳା କରୁଥିବା ରୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି କରାଯାଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ କରାଯାଇଛି l