
କଳାହାଣ୍ଡି :(ନରେନ୍ଦ୍ର ନେଗୀ )ଭବାନୀପାଟଣା ସହରର ୱଆର୍ଡ ନମ୍ବର ଦୁଇ ଅନ୍ତର୍ଗତ ଜଳେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି lଅଭିଯୋଗ ଅନୁଯାୟୀ ଜଳେଶ୍ୱର ସରକାରୀ ପ୍ରାଥମିକ ଵିଦ୍ୟାଳୟର ରୋଷେଇ ଘର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ରଖାଯାଇଥିବା ଅସବlପତ୍ର ଚୋରି କରି ନେଇ ଯାଇଛନ୍ତି l ରାତ୍ରିର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ସେଠାରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ଥାଳି ମଧ୍ୟ ନେଇ ଯାଇଛନ୍ତି l
ବିଦ୍ୟାଳୟ ଖୋଲିବା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଶିକ୍ଷୟିତ୍ରୀ, ରୋଷେୟା ରୋଷଇ ଘର ତାଲା ଭାଙ୍ଗି ଚୋରି ହୋଇଥିବା ଜାଣି ପାରିଥିଲେ l ଏହି ଚୋରି ସମ୍ପର୍କରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାରଦା ରଥ ବିଦ୍ୟାଳୟ ପରିଚାଳନା ସମିତି, ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇ ଭବାନୀପାଟଣା ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରୁ ଦୁଇଥର ଚୋରି ହୋଇ ଥିଲା l ଏହି ଚୋରି ଘଟଣାର ତଦନ୍ତ କରି ସମ୍ପୃକ୍ତ ଦୁର୍ବୁତ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ପୋଲିସ ପେଟ୍ରୋଲିଙ୍ଗ କଡା କୁଡି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l