ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ)ରବିବାର ଦିନ ଗୋଟିଏ ପଟରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵକପ କ୍ରିକେଟ ମ୍ୟାଚର ଫାଇନାଲ ଖେଳ ଚାଲିଥିବା ବେଳେ ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ କ୍ରିକେଟ ବ୍ୟାଟକୁ ନେଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି କୁରସୁଡ ଗ୍ରାମର କାହ୍ନୁ ଭୋଇ। ଏହି ଯୁଵ ପ୍ରତିଭା ଗୋଟିଏ ଆଙ୍ଗୁଠିରେ କ୍ରିକେଟ ବ୍ୟାଟକୁ ସନ୍ତୁଳନର ରେକର୍ଡ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ରାଜସ୍ଥାନ ରାଜ୍ୟ ସିକାରର ଆର୍ଯ୍ୟନ ଶର୍ମା ୧ ଘଣ୍ଟା ୧୬ ମିନିଟ ୧୯ ସେକେଣ୍ଡ ସମୟ ଧରି କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ସନ୍ତୁଳନ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ। ହେଲେ କାଁହୁ ୩ ଘଣ୍ଟା ୧୭ ମିନିଟ ସମୟ ଧରି ରେକର୍ଡ ସୃଷ୍ଟି କରିଛନ୍ତି l

ଯୁବକ କାହ୍ନୁ ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ଅଧିକୃତ ନିୟମ ଅନୁଯାୟୀ ରେଫରି ଧୂଵଲେଶ୍ୱର ଦଲବେହେରା, ରାଜେଶ ସ୍ୱାଇଁ, ଦିଲୀପ ତ୍ରିପାଠୀ, ଜିତେନ୍ଦ୍ର ପୃଷ୍ଟିଙ୍କ ଉପସ୍ଥିତିରେ ଏହି ବିରଳ ରେକର୍ଡ ରଚିଛନ୍ତି। କାହ୍ନୁଙ୍କ ଏହି ରେକର୍ଡର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିବା ବେଳେ ଏହାକୁ ସ୍ୱୀକୃତି ପାଇଁ ଗିନିଜ ବୁକ ଅଫ ରେକର୍ଡକୁ ପଠାଯିବ ବୋଲି ରେଫରି ପ୍ୟାନେଲ ପକ୍ଷରୁ କୁହାଯାଇଛି।

ଟିଟିଲାଗଡ଼ କରାଟେ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ଆଇନଜୀଵୀ ବୀରେନ୍ଦ୍ର ବାଗ, ସମ୍ପାଦକ କେଦାର କବାଟ, ବଲାଙ୍ଗିର ଜିଲ୍ଲା ଜୋଡୋ ଏସୋସିଏସନର ସଭାପତି ଦେବେନ୍ଦ୍ର ଜୈନ, ଆଦିବାସୀ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସଞ୍ଜୟ ବେହେରା, ପ୍ରଫୁଲ୍ଲ ପ୍ରଧାନୀ, ଦେବସିଂ ମାଝୀ, ପ୍ରେମ ବଗର୍ତି, ରୋସନ ଶୁଭ୍ରା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଆଇନଜୀବି କମ୍ବୁ ପାଣି ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନବୀନ ଜୈନ ଯୋଗ ଦେଇ କାହୁଁକୁ ସମ୍ମlନୀତ କରିଥିଲେ l ପରେ ବିଭିନ୍ନ ଅନୁଷ୍ଠାନ ତରଫରୁ କାହ୍ନୁକୁ ପୁଷ୍ପଗୁଚ୍ଛ, ଫୁଲ ତୋଡ଼ା ଦେଇ ଅବିନନ୍ଦନ ଜଣାଇଥିଲେ l ବେଟର ଉଚ୍ଚତା ହେଉଛି ୯୦ ସେଣ୍ଟିମିଟର ଏବଂ ଓଜନ ୧ କିଗ୍ରା ୫୨ ଗ୍ରାମ।