
କେସିଙ୍ଗା:୧୯/୧୧(ପ୍ରିତେଶ ପଟେଲ୍)ଝୁରୁଛି ମା ଝୁରୁଛି ଗାଁ ଝୁରେ ସାରା ସହର ।ସହିଦ ଈଶ୍ୱର ଦୋରା ଅମର ରହେ ରେ ଫାଟି ପଡୁଥିଲା ରାଜ ରାସ୍ତା ।ହଜାର ହଜାର ସଂଖ୍ୟାରେ ଲୋକେ ସହିଦ ଙ୍କ ଶେଷ ଦର୍ଶନ ପାଇଁ ଜଗି ରହିଥିଲେ ।ଏହି ଭଳି ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଠାରୁ ସହିଦ ଙ୍କ ପାର୍ଥିବ ଶରୀର କୁ ନିଜ ଗାଁ ବେଲଖଣ୍ଡି କୁ ନିଆଯାଇଥିଲା ।
ଈଶ୍ୱର ଚନ୍ଦ୍ର ଦୋରା ୨୦୦୯ ମସିହାରୁ ସୀମା ସୁରକ୍ଷା ବଳ ରେ କାର୍ଯ୍ୟରତ ।ସେ ଆଜି ନିଜ ଗାଁ କୁ ଛୁଟିରେ ଆସିବାର ଥିଲା ହେଲେ ତାଙ୍କ ପାର୍ଥିବ ଶରୀର ଆସି ପହଞ୍ଚିଲା ବୋଲି କୋହ ଭରା କଣ୍ଠରେ କହିଛନ୍ତି ତାଙ୍କ କକା ।ଗତ ୧୭ ତାରିଖ ରେ ସେ ତ୍ରିପୁରା ବାଂଲାଦେଶ ବୋର୍ଡର ଲଙ୍କାମୋରା ସୀମାନ୍ତ ରେ କାର୍ଯ୍ୟରତ ଥିବା ସମୟ ରେ ସହିଦ ହୋଇଯାଇଥିଲେ । ଆଜି ତାଙ୍କ ପାର୍ଥିବ ଶରୀର ଅମାଠ ଛକ ଠାରେ ପହଁଚିବା ପରେ ୫୦୦ ରୁ ଉର୍ଦ୍ଧ ସଂଖ୍ୟାରେ ବାଇକ୍ ରାଲି ଯୋଗେ ତାଙ୍କ ଗାଁ ମାଟି ବେଲାଖଣ୍ଡି ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ ସ୍ଥାନୀୟ ଲୋକେ। ଏହି ସମୟ ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।
ନିଜ ଜନ୍ମ ମାଟିରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ବେଳଖଣ୍ଡି ପହଞ୍ଚିବା ପରେ ଘରେ ଶେଷ ଦର୍ଶନ କରିଥିଲେ ପରିବାର, ଗାଁ ଲୋକେ ଓ ସମ୍ପର୍କୀୟ। କାନ୍ଦ ବୋବାଳି ରେ ଫାଟି ପଡିଥିଲା ବେଳଖଣ୍ଡି ଗାଁ।ଆଜି ତ୍ରିପୁରା ର BSF ପୋଲିସ ମାନେ ଶହୀଦ ଯବାନ ଙ୍କ ଜନ୍ମ୍ ମାଟି ବେଲାଖଣ୍ଡି କୁ ମର ଶରୀର ପହଂନ୍ଚାଇ ଛନ୍ତି। ମା ପୁଅ କୁ ଧରି ବାହୁନି ବାହୁନୀ କାନ୍ଦିବା ସେପଟେ ଈଶ୍ୱର ଙ୍କ ପତ୍ନୀ ନିଜ ଏକ ମାତ୍ର ୫ ବର୍ଷ ର ଶିଶୁ କନ୍ୟା କୁ ଧରି ଗୁରୁଣ୍ଡି ଗୁରୁଣ୍ଡି କାନ୍ଦୁଥିବାର ଦୃଶ୍ୟ ଦେଖଣା ହାରୀଙ୍କ ମନକୁ ବ୍ୟଥିତ କରିଥିଲା ।
ଈଶ୍ୱର ଙ୍କ ମୃତ୍ୟୁ ଖବର ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଛି । ଅମାଠ ରୁ ବେଲଖଣ୍ଡି କୁ ନେବା ସମୟ ରେ ରାସ୍ତା ର ଦୁଇ ପାର୍ଶ୍ଵରେ ସହିଦ ଙ୍କ ଶେଷ ଦର୍ଶନ ପାଇଁ ଲୋକେ ଅନେଇ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସୀମା ସୁରକ୍ଷା ବଳ ଓ କଳାହାଣ୍ଡି ଜିଲ୍ଲା ପୋଲିସ ତରଫରୁ ସହିଦ ଙ୍କୁ ସଲାମୀ ଦେଲା ପରେ ଈଶ୍ୱର ଙ୍କ ବାପା ଧୀରେନ୍ଦ୍ର ଦୋରା ଈଶ୍ୱର ଙ୍କୁ ମୁଖାଗ୍ନି ଦେଇଥିଲେ ।