ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ପୁରୁଣା କଟକ ଠାରେ ଚାଲିଥିବା ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ ମୁଖ ଅତିଥି ଭାବେ ରାଜ୍ୟ ସରକାର ଙ୍କର ଖଣି ମନ୍ତ୍ରୀ ମାନ୍ୟବର ପ୍ରଫୁଲ୍ଲ ମଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବିଡିଓ ସ୍ବପ୍ନିତା ନାଏକ, ହିରାଞ୍ଚଳ ଖବର ର ସମ୍ପାଦକ ଯୁଗଳ ସାମଲ ଏବଂ ସମାଜ ସେବୀ ସୁବାସ ପ୍ରଧାନ ଯୋଗ ଦେଇଥିଲେ।

ପରେ ସମ୍ବଲପୁର ରୁ ଆସିଥିବା ମା ଇଷ୍ଟଦେବୀ ମେଲୋଡ଼ି ର ଉମାକାନ୍ତ ବାରିକ ଙ୍କ ଗୀତ ରେ ଝୁମିଲେ ଦର୍ଶକ। ଉମାକାନ୍ତ ବାରିକ ଙ୍କ ଲେ ଲେ ଲେ ବଉଳ ଗୀତରେ ମଞ୍ଚରେ ମାନନୀୟ ବିଡିଓ ଶ୍ରୀମତୀ ନାଏକ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଡିଓ ଙ୍କ ସମେତ ମହୋତ୍ସବ କମିଟିର ସଭାପତି ଅଶୋକ ଅଗ୍ରୱାଲା ଏବଂ ସାମାଜ ସେବି ସୁବାସ ପ୍ରଧାନ ମଧ୍ଯ ତାଳରେ ତାଳ ଦେଇ ଝୁଲିଥିଲେ। ବିଡିଓ ଙ୍କ ଏହି ନୃତ୍ୟ ସାମାଜିକ ଗଣମାଧ୍ୟମ ରେ ବେଶ୍ ଭାଇରାଲ ହୋଇଛି।